ଜଜଙ୍କ ଯାଞ୍ଚ, ଜେଲର ନିଲମ୍ବିତ : କଏଦୀଙ୍କୁ ନିମ୍ନମାନର ଖାଦ୍ୟ ନେଇ ଜେଲର ନିଲମ୍ବିତ

ଭୁବନେଶ୍ୱର: କୋରାପୁଟ ମଣ୍ଡଳ କାରାଗାର ଜେଲର ଗଗନ ବିହାରୀ ସାହୁ ନିଲମ୍ବିତ | ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିଶ କରାଯାଇଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ ଡିଜି | କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯିବା ସହ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା କାରଣକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ହାଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା | ଆଉ ଏହି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦେବା ପରେ ହାଇକୋର୍ଟ ଏନେଇ ଶୁଣାଣି କରି ଜେଲ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ |

ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଉପକାରାଗାରର ଜେଲର୍ ସାରଦା ପ୍ରସନ୍ନ ରାଉତଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ନୟାଗଡ଼ ଜିଲ୍ଲା ଜଜ୍ ଅଚାନକ ଗସ୍ତ କରିବା ପରେ ଜେଲ୍ ଅବ୍ୟବସ୍ଥା ନେଇ ରିପୋର୍ଟ ଦେଇଥିଲେ |

ସମ୍ବନ୍ଧିତ ଖବର