ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁଙ୍କ ହତ୍ୟାକାଣ୍ଡ ଘଟଣାରେ ସେ କୋର୍ଟରେ ହାଜର ହୋଇଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ୧୨ଜଣଙ୍କ ନାମରେ ରହିଛି ହତ୍ୟା ମାମଲା। ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ସୋହେଲା ଜେଏମ୍‌ଏଫ୍‌ସି କୋର୍ଟରୁ ଜାମିନରେ ଯାଇଛନ୍ତି ଜୟ ନାରାୟଣ ମିଶ୍ର। ଆଜି ଜୟନାରାୟଣଙ୍କ ସମେତ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟ। ଏହି ମାମଲାରେ ଜୟ ନାରାୟଣ ମିଶ୍ର ହାଇକୋର୍ଟଙ୍କ ଜାମିନ ସର୍ତ୍ତକୁ ଖିଲାପ କରିଥିବା ଦର୍ଶାଇ ଜାମିନ ଖାରଜ କରିବାକୁ ଆବେଦନ କରିଛନ୍ତି ଅଭିଯୋଗକାରୀ ବିମଲ ଭୁଏ।

ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ୨୦୧୮ ମସିହାରେ ବିମଲ ଭୋଏ ପୁଲିସରେ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ସମେତ ୧୨ ଜଣଙ୍କ ନାଁ ରେ ଅଭିଯୋଗ ହୋଇଥିଲା । ସୋହେଲା କୋର୍ଟରେ ମାମଲାର ଶୁଣାଣି ହେବା ପରେ ଜେ ଏମ୍ ଏଫ ସି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟକୁ ମାମଲା ସ୍ଥାନାନ୍ତର କରାଯାଇଥିଲା । ଆଜି କୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ସମେତ ୧୧ ଜଣ ଉପସ୍ଥିତ ଥିଲେ । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତି ପାଇଁ ଗିରଫ ହୋଇ ଜେଲରେ ଅଛନ୍ତି । ପ୍ରାୟ ୧୨ଟି ଦଫା ଲାଗିଛି । ମୁଖ୍ୟତଃ ୩୦୨ ଏବଂ ୩୦୭ ଭଳି ସଙ୍ଗୀନ ଦଫା ଲାଗିଛି । ଏହି ମାମଲାର ଶୁଣାଣି କରି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ପୂର୍ବ ସର୍ତ୍ତ କାଏମ ରଖିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଅଭିଯୋଗକାରୀଙ୍କ ଓକିଲ ଦେବସ୍ନାନ ଦାଶ ।

 

ସମ୍ବନ୍ଧିତ ଖବର