ଜଷ୍ଟିସ ରଘୁବୀର ଦାଶ ତଦନ୍ତ କମିସନ : ଦୁଇ ପୂର୍ବତନ ପ୍ରଶାସକଙ୍କ ସାକ୍ଷ୍ୟ ଗ୍ରହଣ
ରତ୍ନ ଭଣ୍ତାର ଚାବି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଲେ
କଟକ : ଶ୍ରୀମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ସାକ୍ଷ୍ୟ ଗ୍ରହଣ ହୋଇଛି। ଆଜି ସର୍କିଟ ହାଉସଠାରେ ଜଷ୍ଟିସ ରଘୁବୀର ଦାଶ କମିସନଙ୍କ ନିକଟରେ ହାଜର ହୋଇ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ କାଳୀ କୁମାର ରଥ ଓ ରବୀନ୍ଦ୍ର ନାରାୟଣ ମିଶ୍ର ସାକ୍ଷୀ ଦେଇଛନ୍ତି। ନିଜ ବୟାନରେ ଏହି ଦୁଇ ପୂର୍ବତନ ପ୍ରଶାସକ ରତ୍ନ ଭଣ୍ତାର ଚାବି ପ୍ରସ˚ଗରେ ବହୁ ଗୁୁରୁତ୍ବପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଶ୍ରୀ ରଥଙ୍କ ସମୟରେ ଥରେ ରତ୍ନଭଣ୍ତାର ଖୋଲା ହୋଇଥିଲା। ଅନ୍ୟପକ୍ଷରେ ପୂର୍ବତନ ପ୍ରଶାସକ ଶ୍ରୀ ମିଶ୍ରଙ୍କ ସମୟରେ ଦୁଇ ଥର ରତ୍ନ ଭଣ୍ତାର ଖୋଲିଥିଲା। ଥରେ କବାଟରେ ରୁପା ଛାଉଣି ପାଇଁ ଏବଂ ଆଉ ଥରେ ବଳଭଦ୍ରଙ୍କ ଅଳଙ୍କାର ମରାମତି ପାଇଁ ରତ୍ନ ଭଣ୍ତାର ଖୋଲାଯାଇଥିଲା। ରତ୍ନ ଭଣ୍ତାର ଖୋଲିବା ପୂର୍ବରୁ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଯାଉଥିଲା। ରତ୍ନ ଭଣ୍ତାର ଖୋଲିବା ଦିନ ଜିଲ୍ଲାପାଳ ନିଜେ କିମ୍ବା ତାଙ୍କ ପ୍ରତିନିଧି ଉପସ୍ଥିତିରେ ଚାବି ହସ୍ତାନ୍ତର କରାଯାଇଥିଲା ବୋଲି ଉଭୟ ପ୍ରଶାସକ ସେମାନଙ୍କ ବୟାନରେ କହିଛନ୍ତି। ତେଣୁ ପରୋକ୍ଷରେ ରତ୍ନ ଭଣ୍ତାର ଚାବି ଜିଲ୍ଲାପାଳଙ୍କ ନିକଟରେ ରହୁଥିଲା ବୋଲି ଆଜିର ବୟାନରୁ ସ୍ପଷ୍ଟ ହୋଇଛି। ରତ୍ନ ଭଣ୍ତାର ଚାବି ପ୍ରସ˚ଗରେ ରହିଥିବା ନିୟମ ଏବଂ ଟ୍ରେଜେରିରେ ରତ୍ନ ଭଣ୍ତାର ଚାବି ରଖାଯିବା ନିୟମ ସଂପର୍କରେ ମଧ୍ୟ ପ୍ରସ˚ଗରେ ମଧୢ ଉଭୟଙ୍କୁ କେତେକ ପ୍ରଶ୍ନ ପଚରା ଯାଇଥିଲା। ଅନୁରୂପ ଭାବେ ଆଉ କେତେକ ନିୟମ ସ˚ପର୍କରେ ପୂର୍ବତନ ପ୍ରଶାସକ ଅବଗତ ନଥିବା କହିଥିବା ସୂଚନା ମିଳିଛି। ଆଜି ଉଭୟ ପୂର୍ବତନ ପ୍ରଶାସକଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ଅକ୍ଟୋବର ୧୨ରେ କମିସନଙ୍କ ପରବର୍ତ୍ତୀ ବୈଠକ ବସିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ଆଜି କମିସନଙ୍କ ନିକଟରେ ଶୁଣାଣି ସମୟରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଆଇନ ପରାମର୍ଶଦାତା ଦାମୋଦର ପଣ୍ତା ଉପସ୍ଥିତ ଥିଲେ। ସେହିପରି କମିସନଙ୍କ ନୋଡାଲ ଅଫିସର ଭାବେ କଟକର ସହକାରୀ ଜିଲ୍ଲାପାଳ କ୍ଷେତ୍ରମୋହନ ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ସାକ୍ଷ୍ୟ ଗ୍ରହଣ ପ୍ରସ˚ଗରେ ପକ୍ଷ ରଖିବାକୁ ସରକାରଙ୍କୁ କମିସନ୍ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ କୌଣସି ସାକ୍ଷୀ ନାହାନ୍ତି ବୋଲି କମିସନଙ୍କୁ ଅବଗତ କରାଯାଇଥିଲା। ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ନୀତି ପ୍ରଶାସକଙ୍କ ତରଫରୁ ଏକ ଆବେଦନ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ କାଳୀ କୁମାର ରଥ ଓ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ ସାକ୍ଷ୍ୟ ପ୍ରଦାନ ପାଇଁ ନୋଟିସ୍ ଜାରି କରାଯାଉ। ଏହା ପରେ କମିସନ୍ ଉଭୟ ପୂର୍ବତନ ପ୍ରଶାସକଙ୍କୁ ନୋଟିସ୍ ଜାରି କରି ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କମିସନଙ୍କ ନିକଟରେ ରାଜ୍ୟ ଆଇନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ, ପୁରୀ ଟ୍ରେଜେରି ଅଫିସର, ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଵାଲ, ବର୍ତ୍ତମାନର ଜିଲ୍ଲାପାଳ ଜେ.ପି.ଦାସ, ପୁରୀର ସମାଜସେବୀ ରାଜକୁମାର ମହାନ୍ତି ଓ ଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରମୁଖ ୧୦ଟି ସତ୍ୟପାଠ ଦାଖଲ କରିଥିଲେ। ସରକାରୀ ଅଧିକାରୀ ଦେଇଥିବା ସତ୍ୟପାଠ ସହିତ କେତେକ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ମଧୢ କମିସନଙ୍କ ନିକଟରେ ଦାଖଲ ହୋଇଥିଲା।