ଲକ୍ଷ୍ମୀ ସରସ୍ବତୀ ରାଓଙ୍କ ଦେହାନ୍ତ

ଭୁବନେଶ୍ବର : ଓଡ଼ିଶାରୁ ଦିଲ୍ଲୀ ଏବଂ ବୋଷ୍ଟନ ଯାଇ ନର୍ସିଂ ପାଠ୍ୟକ୍ରମ ପଢିଥିବା ପ୍ରଥମ ଓଡ଼ିଆ ଲକ୍ଷ୍ମୀ ସରସ୍ବତୀ ରାଓ(୯୪)ଙ୍କ ଖଣ୍ଡଗିରି ସ୍ଥିତ ଭକ୍ତ ମଧୁନଗର ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କର ୩ ଝିଅ ସସ୍ମିତା, ସ୍ମିତା, ସୋଫିଆ ଏବଂ ପୁଅ ସୁଶାନ୍ତଙ୍କୁ ଛାଡ଼ି ଯାଇଛନ୍ତି।

ଭକ୍ତିକବି ମଧୁସୂଦନ ରାଓଙ୍କ ଅଣନାତୁଣୀ ଲକ୍ଷ୍ମୀ ସରସ୍ବତୀ, ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ନର୍ସିଂରେ ସ୍ନାତକ, ବୋଷ୍ଟନ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରିଥିଲେ। ଏହାପରେ ଓଡ଼ିଶା ଆସି ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଏହି ସମୟରେ ଗୃହ ଅର୍ଥନୀତି ବିଭାଗ ସମ୍ପ୍ରଦାୟ ବିକାଶ ପ୍ରକଳ୍ପର ସହାୟକ ପ୍ରଶିକ୍ଷକ, ବ୍ରହ୍ମପୁର ସ୍ଥିତ ସ୍କୁଲ ଅଫ୍‌ ନର୍ସିଂ, ବୁର୍ଲା, ପୁରୀ କ୍ୟାପିଟାଲରେ ଉପଚାର ଶିକ୍ଷିକା, ଆଞ୍ଚଳିକ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତାଲିମ କେନ୍ଦ୍ରରେ ଜନସ୍ବାସ୍ଥ୍ୟ ନର୍ସ ଶିକ୍ଷକ ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ ତାଳଚେର ସ୍ଥିତ ଫର୍ଟିଲାଇଜର ଡାକ୍ତରଖାନାରେ ବରିଷ୍ଠ ଅଧ୍ୟାପିକା ଭାବରେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ମଧ୍ୟ ସେ ନିଜ କାର୍ଯ୍ୟ ଜାରି ରଖିଥିଲେ। ଦିଲ୍ଲୀରେ ୬ ବର୍ଷ କାର୍ଯ୍ୟ ପରେ ଓଡ଼ିଶାର ସମ୍‌, ବିଶ୍ବାସ, ଲର୍ଡ ଜଗନ୍ନାଥ ସମେତ ବିଭିନ୍ନ ଘରୋଇ ନର୍ସିଂ କଲେଜରେ ଅଧ୍ୟକ୍ଷା ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯା‌ଇଛି।

ସମ୍ବନ୍ଧିତ ଖବର