ଲୋକନାଥ ବାବା, ଜାଗେଶ୍ବର ବାବାଙ୍କ ପତରପେଣ୍ଡି ସମ୍ପନ୍ନ

ଶୀତଳେଶ୍ବର, ଗୁପ୍ତେଶ୍ବର, ସୋମନାଥ ବାବାଙ୍କ ବିବାହ ବି ସ୍ଥିର ହେଲା

ସମ୍ବଲପୁର : ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ସିନ୍ଦୁରପଙ୍କର ତାରକେଶ୍ବର ବାବା, ସାଲିଆ ବଗିଚାର ରାମେଶ୍ବର ବାବାଙ୍କ ବିବାହ ପାଇଁ କନ୍ୟା ଅନ୍ବେଷଣ ପର୍ବ ପତର୍‌ପେଣ୍ଡି ବିଧି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଲୋକନାଥ ବାବା, ଜାଗେଶ୍ବର ବାବା, ଶୀତଳେଶ୍ବର ବାବା, ଗୁପ୍ତେଶ୍ବର ବାବାଙ୍କ ବିବାହ ପାଇଁ ବୀର ବଜରଂଗବଲୀ ବିଭିନ୍ନ ଦେବାଳୟକୁ ଯାଇ ଦେବାଦେବୀଙ୍କୁ ନିମନ୍ତ୍ରଣ ଦେବାର କାର୍ଯ୍ୟକ୍ରମ ରହିଛି।

ରବିବାର ସଂଧ୍ୟାରେ ଲୋକନାଥ ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟାରେ ବରପିତା ଅମରନାଥ ସୁପକାର, ସପ୍ତଋଷି ପୀତବାସ ବିଶି, ପୁରନ୍ଦର ପାଣିଗ୍ରାହୀ, ହରିହର ପଣ୍ଡା, ଜଗଦୀଶ ବଡ଼ପଣ୍ଡା, ମାଧବ ପଣ୍ଡା, ଧୀରେନ୍ଦ୍ର ପଣ୍ଡା, ପ୍ରକାଶ ପୂଜାରୀ, ମନୋଜ ମିଶ୍ର, କୈଳାଶ ପଣ୍ଡା, ସଦାନନ୍ଦ ପରିଛା, ମନ୍ଦିର ପୂଜକ ରାମନାଥ ମହାପାତ୍ର, ମହେନ୍ଦ୍ର ପୂଜାରୀ ପ୍ରମୁଖ କନ୍ୟା ଅନ୍ବେଷଣରେ ବାହାରି ଥିଲେ। ଆରଣ୍ୟକ ମଣ୍ଡପରେ ହୋଇଥିବା କନ୍ୟାଳୟରେ ପହଞ୍ଚିବା ପରେ କନ୍ୟା ପିତାମାତା ବାସୁସେବ ଚିନ୍ଦ୍ରା, ଯାଜ୍ଞସେନୀ ଚିନ୍ଦ୍ରା ଓ ଅନ୍ୟମାନେ ବରପକ୍ଷଙ୍କୁ ପାଛୋଟି ନେଇଥିଲେ। ସେଠାରେ ପରଂପରା ଅନୁଯାୟୀ କଥୋପକଥନ ପରେ ବର ପିତା କନ୍ୟା ପିତାମାତାଙ୍କୁ ସରଗି ପତ୍ର ବିଡ଼ା, ଫୁଲ, ବେଲପତ୍ର ଦେଇ ମାତା ପାର୍ବତୀଙ୍କ ସହ ଲୋକନାଥ ବାବାଙ୍କ ବିବାହ ସ୍ଥିର କରିଥିଲେ। ଘଣ୍ଟ, ଶଂଖ ଓ ଶିବପାର୍ବତୀଙ୍କ ଜୟଧ୍ବନୀ ମଧ୍ୟରେ ସମସ୍ତ ବିଧି ସମ୍ପନ୍ନ ହୋଇଥିଲା। ଯାତ୍ରା କମିଟି ସଦସ୍ୟ ଭାବେ ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ସଂଜୀବ ପାଢ଼ୀ, ଶ୍ରୀମନ୍ତ ମିଶ୍ର, ପ୍ରାଣରଞ୍ଜନ ପଣ୍ଡା, ସୀତାରାମ ସୁପକାର, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ, ଅନୁପମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆ ଯାଇଥିଲା।

ମୁଦିପଡ଼ା ଜାଗେଶ୍ବର ବାବାଙ୍କ ପତର୍‌ପେଣ୍ଡି ମଧ୍ୟ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଥିଲା। ଜାଗେଶ୍ବର ବାବାଙ୍କ ପାଇଁ କନ୍ୟା ଅନ୍ବେଷଣ ନିମନ୍ତେ ରବିବାର ସଂଧ୍ୟାରେ ବରପିତା ମଧୁସୂଦନ ନେଗୀ, ସପ୍ତଋଷି ବିଜୟ ଷଡ଼ଙ୍ଗୀ, ଅରବିନ୍ଦ ମହାପାତ୍ର, ଈଶ୍ବର ନନ୍ଦ, ଜଗଦୀଶ ପଣ୍ଡା, ଶାନ୍ତନୁ ପାଣିଗ୍ରାହୀ, ସଂଜୀବ ଦାଶ, ରଘୁନାଥ ମିଶ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପୂଜକ ଗୋବିନ୍ଦ ପଣ୍ଡା, କମିଟି ସଭାପତି ସୁନୀଲ ଦାଶ, ସଂପାଦକ ଗତିକୃଷ୍ଣ ଷଡ଼ଙ୍ଗୀ, ବିନୋଦ ପଣ୍ଡା, ଖଡ଼ିରତ୍ନ ବେହେରା ପ୍ରମୁଖ ଟିମିନିଗୁଡ଼ି ମଣ୍ଡପସ୍ଥିତ କନ୍ୟାଳୟରେ ପହଞ୍ଚିଥିଲେ। କନ୍ୟା ପିତାମାତା ସୁମନ୍ତ ସ୍ବାଇଁ ଏବଂ ବନ୍ଦିତା ସ୍ବାଇଁଙ୍କୁ ସରଗିପତ୍ର ପେଣ୍ଡା ଦେଇ ବିିବାହ ନିର୍ଦ୍ଧାରିତ ହୋଇଥିଲା। କୋଭିଡ୍ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବଡ଼ବଜାର ଶୀତଳେଶ୍ବର ବାବାଙ୍କ ପତର୍‌ପେଣ୍ଡି ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। କମିଟି ସଭାପତି ତଥା ବରପିତା ସୁରେନ୍ଦ୍ର ମହାନ୍ତି, ସପ୍ତଋଷି ସଂଜୀବ ନନ୍ଦ, ସଂଜୟ ଷଡ଼ଙ୍ଗୀ, ସାରଂଗ ରାଏ, ପ୍ରସନ୍ନ ଦେଓ, ରାମନାରାୟଣ ପ୍ରଧାନ, ଅମୂଲ୍ୟ ପଟ୍ଟନାୟକ, ହାଡ଼ୁ ପ୍ରଧାନ, ପଣ୍ଡିତ ଯୋଗେଶ୍ୱର ନନ୍ଦ ଏବଂ ସରିତ କୁମାର ପାଢ଼ୀ ମନ୍ଦିର ପରିସରସ୍ଥ ଅସ୍ଥାୟୀ କନ୍ୟାଳୟରେ ପହଞ୍ଚିଥିଲେ। କନ୍ୟା ପିତାମାତା ଅଶୋକ ନାୟକ, ସୁଚୀସ୍ମିତା ନାୟକ ଓ ପରିଜନ ମାନେ ବରପକ୍ଷଙ୍କୁ ସ୍ବାଗତ କରିଥିଲେ। ସେଠାରେ ବିଧି ଅନୁଯାୟୀ ପତର୍‌ପେଣ୍ଡି ବିଧି ସମ୍ପନ୍ନ ହୋଇଥିଲା। ଯାତ୍ରା କମିଟି ସଂପାଦକ ସରୋଜ ସାହୁ, କୋଷାଧ୍ୟକ୍ଷ ପଞ୍ଚାନନ ତ୍ରିପାଠୀ, ତ୍ରିଲୋଚନ ସରାଫ, ହିମାଂଶୁ ରାଏ, ଧୀରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ପତର୍‌ପେଣ୍ଡି ମଧ୍ୟ ସକାଳେ ଅନୁଷ୍ଠିତ ହୋଇଥିଲା। ବର ପିତାମାତା ଠାକୁରପଡ଼ାର ବିଳାସିନୀ ବାରିକ ଏବଂ ଗିରୀଶ ଚନ୍ଦ୍ର ବାରିକ ପଣ୍ଡିତ ଆଶୁତୋଷ ପୁରୋହିତ, ପୂଜକ ଲୋକନାଥ ମହାପାତ୍ର, ସପ୍ତଋଷି ଭବାନୀ ବାବୁ, ବଳରାମ ଜାଲ, ସଦାଶିବ ମହାକୁଡ଼, ଗୋଲକ ବିହାରୀ ମିଶ୍ର, ଜଗଦୀପ ସିଂହ, ପ୍ରଫୁଲ୍ଲ ପ୍ରଧାନ, ତ୍ରିଲୋଚନ ବେହେରା, କମିଟି ସଭାପତି ଶିବ ପ୍ରଧାନ, ଲିଂଗରାଜ ପରିଡ଼ା, ଆନନ୍ଦ ଜାଲ, କାଳିଆ ଦୋରା, ସନ୍ତୋଷ ବାଗ, ସଂଦୀପ ନାୟକ, ବି ଦୋରା, ନାରାୟଣ ସାହୁ, ବଳରାମ ବେହେରା ପ୍ରମୁଖ କନ୍ୟା ମାତାପିତା ଧନକଉଡ଼ାର ମିନତି ପୁରୋହିତ ଏବଂ ସୁରେନ୍ଦ୍ର ପୁରୋହିତଙ୍କ ଗୃହକୁ ଯାଇ ପତର୍‌ପେଣ୍ଡି ବିଧି ସମ୍ପନ୍ନ କରିଥିଲେ।

ବାଲିବନ୍ଧାର ସୋମନାଥ ବାବାଙ୍କ ପତରପେଣ୍ଡି ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସପ୍ତଋଷି କୈଳାସ ପୂଜାରୀ, ମନ ପୂଜାରୀ, ବୁଲୁ ତ୍ରିପାଠୀ, ଲୋକନାଥ ପାଣ୍ଡେ, ରଞ୍ଜୁ ନାଏକ, ପ୍ରଶାନ୍ତ ପ୍ରଧାନ, ଲୋକନାଥ ପାଣ୍ଡେ, ବରପିତା ଗୋପୀନାଥ ନାଏକ କନ୍ୟା ପିତାମାତା ପ୍ରସନ୍ନ ମହାପାତ୍ର ଏବଂ ରାଜେଶ୍ବର ଦାସଙ୍କୁ ଫୁଲ, ବେଲପତ୍ର, ସରଗିପତ୍ର ଦେଇ ବିବାହ ନିଶ୍ଚିତ କରିଥିଲେ। ସମିତି ସଦସ୍ୟଙ୍କ ମଧ୍ୟରେ ଟ୍ରଷ୍ଟି ନିହାର ରଂଜନ ବହିଦାର, ‌ଗୋକୁଳି ପଣ୍ଡା, ଶିବ ନାରାୟଣ ପାଣିଗ୍ରାହୀ, ଗୋପାଳ ଗୁପ୍ତା, ଡ. ବିଜୟ ପ୍ରଧାନ, ଅରକ୍ଷିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସିନ୍ଦୁରପଙ୍କର ତାରକେଶ୍ବର ବାବାଙ୍କ ପତର୍‌ପେଣ୍ଡି କାର୍ଯ୍ୟକ୍ରମରେ ବର ପିତାମାତା ବାଳଗୋପାଳ ମିଶ୍ର, ମମତା ମିଶ୍ର, କନ୍ୟା ପିତାମାତା ସନ୍ତୋଷ କେଡିଆ, ଶୀତଳ କେଡିଆ, ସପ୍ତଋଷି ତଥା କମିଟି ସଦସ୍ୟ ଭାବେ ତନ୍ମୟ, ପ୍ୟ‌ାରେଲାଲ, ମହେନ୍ଦ୍ର, ବିନୟ, ତରଣୀ, ଶିବବ୍ରତ, ଅଜିତ, ସୁଶାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ସାଲିଆବଗିଚାର ରାମେଶ୍ବର ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମରେ କନ୍ୟା ପିତାମାତା ଅନୂସୟା କାଣ୍ଡ ଓ ସୁଦର୍ଶନ କାଣ୍ଡ, ବର ପିତାମାତା ସୁପ୍ରିମ୍ ଷଡଙ୍ଗୀ ଓ ମଣ୍ଟୁ ଷଡଙ୍ଗୀ, ଯାତ୍ରା କମିଟି ସଦସ୍ୟ ମନୋଜ ସିଂଘାନିଆ, ପ୍ରଦୀପ ବେହେରା, ସୁରେଶ ଡାଲମିଆ, କୃଷ୍ଣ ଚନ୍ଦ୍ର ବାଗ୍, ପ୍ରହଲ୍ଲାଦ ରେଡ୍ଡୀ, ଅଶ୍ବିନୀ ପାଢୀ, ବିଭୂତି ପଟ୍ଟନାୟକ, ସଞ୍ଜୟ ଦାସ, ରାଜୁ ନାୟକ, ବାବଲୁ ମେହେର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର