ମୈତ୍ରୀ କମ୍ପାନିର ଶ୍ରୀନିବାସ୍‍ଙ୍କୁ ଉତ୍ତମ ସମାଜ ସେବା ପାଇଁ ଚମ୍ପିଆନ୍‍ ଅଫ ଦି ଚେଞ୍ଜ ଆୱାର୍ଡ ସମ୍ନାନରେ ସମ୍ମାନିତ କଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର କୋଡିଙ୍ଗା ମାଳି ଖଣି ଖନନ ଓ ପରିବହନ ଦାୟିତ୍ୱ ନେଇଥିବା ମୈତ୍ରୀ କମ୍ପାନିର ମାଲିକ ଟି.ଶ୍ରୀନିବାସ୍‍ ରାଓ ଉତ୍ତମ ସମାଜ ସେବା କାର୍ଯ୍ୟ ସହ ଉତ୍ତମ ଚରିତ୍ରର ବ୍ୟକ୍ତିତ୍ୱ ସକାଶେ ଭାରତରତ୍ନ ତଥା ପୁର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଚମ୍ପିଆନ୍‍ ଅଫ ଦି ଚେଞ୍ଜ ଆୱାର୍ଡ ସମ୍ନାନରେ ସମ୍ମାନିତ କରିଛନ୍ତିା ନୂଆଦିଲ୍ଲୀର ବିଞ୍ଜାନ ଭବନରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତବର୍ଷର ୨୬ ଜଣ ମହାନ ବ୍ୟକ୍ତିଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛ ଭାରତ, ସାମାଜିକ କାର୍ଯ୍ୟ, ଆୟୁର୍ବେଦ କାର୍ଯ୍ୟ,ସମାଜ ସେବା ସହ ଉତ୍ସାହ ଜିଲ୍ଲା ଭାବେ ପରିଗଣିତ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛିା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିସ ସିସୋଡିଆ, ଲୋକସଭା ସାଂସଦ ଗୀତା କୋଡା, ଅନୁରୋଗ୍‍ ଠାକୁର, ସିଲପା ସେଠି ଭଳି ମହାନ୍‍ ବ୍ୟକ୍ତି ମଧ୍ୟ ସମାଜ ସେବା ପାଇଁ ଏହି ପୁରଷ୍କାର ପାଇଥିବା ବେଳେ ସେହି ସମାବେଶରେ ଟି.ଶ୍ରୀନିବାସ୍‍ ମଧ୍ୟ ସମ୍ମାନିତ ହୋଇଥିଲ। ଆଜି ଏହି ଖବର ପ୍ରଚାର ହେବା ପରେ ମୈତ୍ରୀ କମ୍ପାନିର କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିବା ବେଳେ ସୋସିଆଲ୍‍ ମିଡିଆ ଓ ଫୋନ୍‌ରେ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତିା

ସମ୍ବନ୍ଧିତ ଖବର