ମୟୂରଭଞ୍ଜ: ମନ୍ତ୍ରିମଣ୍ଡଳରେ କେହି ରହି ପାରିନାହାନ୍ତି ୫ ବର୍ଷ

ବାରିପଦା : ବିଜେଡି ଶାସନର ସବୁ ପାଳିରେ ମୟୂରଭଞ୍ଜ ଜିଲ୍ଲାକୁ ମିଳିଛି ମନ୍ତ୍ରୀପଦ। ‌ହେଲେ କେହି ଜଣେ ବି ୫ ବର୍ଷ ଯାଏ ରହିବାର ସୁଯୋଗ ପାଇନାହାନ୍ତି। ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ କାହାକୁ ଅଧାରୁ ବ୍ରେକ୍ ଦିଆଯାଇଛି ତ ଆଉ କାହାକୁ ପ୍ରସ୍ଥାନ ବାଟ ଦେଖାଇ ଦିଆଯାଇଛି। ମନ୍ତ୍ରିମଣ୍ଡଳରୁ ସଦ୍ୟ ବାଦ୍‌ ପଡ଼ିଥିବା ପୂର୍ବତନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ମୟୂରଭଞ୍ଜ ରାଜା ପ୍ରବୀଣ କୁମାର ଭଞ୍ଜଦେଓ, ସରୋଜିନୀ ହେମ୍ବ୍ରମ୍‌ ଏ କ୍ଷେତ୍ରରେ ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ଏମିତିକି ସୁଦାମ ଦୁଇ ଦୁଇଥର ମନ୍ତ୍ରୀପଦ ପାଇ ମଧ୍ୟ ଅଧାରୁ ବାଦ୍ ପଡ଼ିଛନ୍ତି। ଏବେ ମନ୍ତ୍ରିମଣ୍ଡଳରେ ନୂଆକରି ସ୍ଥାନ ପାଇଥିବା‌ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌ କାର୍ଯ୍ୟକାଳ ଦୁଇବର୍ଷରୁ କମ୍‌ ରହିବ।

୨୦୦୦ରେ ପ୍ରଥମକରି ବିଜେଡି-ବିଜେପି ମେଣ୍ଟ ସରକାର କ୍ଷମତାସୀନ ହେବାପରେ ମୟୂରଭଞ୍ଜରୁ ବିଜେଡିର ସ୍ବର୍ଗତ ଚୈତନ୍ୟ ମାଝୀ ଓ ବିଜେପିର ଗୋଲକ ନାୟକଙ୍କୁ ମିଳିଥିଲା ମନ୍ତ୍ରୀପଦ। ତେବେ ଗୋଟିଏ ବର୍ଷ ଥାଇ ୨୦୦୪ରେ ବିଧାନସଭା ଭଙ୍ଗ ହେବାରୁ ଦୁହିଁଙ୍କ ଭାଗ୍ୟରେ ୫ ବର୍ଷ ଯାଏ ମନ୍ତ୍ରୀପଦରେ ରହିବା ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର