ବ୍ରହ୍ମପୁରରେ ୯ ଦିନ ରହିବେ ବିଧାୟକ ରମେଶ, ଅନୁମତି ଦେଲେ କୋର୍ଟ

ବ୍ରହ୍ମପୁର : ସାନଖେମୁଣ୍ତି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କୁ ବ୍ରହ୍ମପୁରରେ ୯ ଦିନ ରହଣି ପାଇଁ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌-୩ ଅଳ୍ପନା ସ୍ବାଇଁ ଅନୁମତି ଦେଇଛନ୍ତି। ଶ୍ରୀ ଜେନା ଆସନ୍ତା ୨୪ ତାରିଖ ଦିନ ହେବାକୁ ଥିବା ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟ ନିମନ୍ତେ ବ୍ରହ୍ମପୁରରେ ୯ ଦିନ ରହିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହା ଫଳରେ କଂଗ୍ରେସ ଶିବିରରେ ଉତ୍ସାହ ଦେଖାଦେଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୦ରେ ବ୍ରହ୍ମପୁରରେ ହୋଇଥିବା ଚିକେନ ରବି ଓରଫ୍‌ ରବୀନ୍ଦ୍ର ବେହେରା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିଧାୟକ ଶ୍ରୀ ଜେନାଙ୍କୁ ବ୍ରହ୍ମପୁର ସହରରେ ପ୍ରବେଶ କରିବା ଉପରେ ହାଇକୋର୍ଟ କଟକଣା ଜାରି କରିଛନ୍ତି। ଏଣୁ ଶ୍ରୀ ଜେନା ବିଭିନ୍ନ ସମୟରେ ବ୍ରହ୍ମପୁର ସହରରେ ପ୍ରବେଶ କରିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେଇଥାନ୍ତି।

ସମ୍ବନ୍ଧିତ ଖବର