ତିରୁପତି ଷ୍ଟେସନରେ ଆଧୁନିକୀକରଣ କାର୍ଯ୍ୟ, ୧୧ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅଧୀନ ଗୁଣ୍ଟାକାଲ ରେଳମଣ୍ଡଳ ଅନ୍ତର୍ଗତ ତିରୁପତି ରେଳ ଷ୍ଟେସନର ଦକ୍ଷିଣ ପାର୍ଶ୍ୱରେ ୟାର୍ଡ ନବୀକରଣ, ସିଗନାଲ୍ ବ୍ୟବସ୍ଥା ଓ ବିଦ୍ୟୁତକରଣ କାର୍ଯ୍ୟ ହେବ। ଏଥିସହ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରୁଥିବା କେତେକ ଟ୍ରେନ ସେବାକୁ ବାତିଲ୍‌ କରାଯାଇଛି।

ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡ଼ିକ ତିରୁପତି-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌ ଓ ତିରୁପତି-ପୁରୀ ସ୍ବତନ୍ତ୍ର ଟ୍ରେନ୍‌ ତିରୁପତିଠାରୁ ମାର୍ଚ୍ଚ ୫ରୁ ୧୨ ତାରିଖ ମଧ୍ୟରେ ବାତିଲ ରହିବ। ଭୁବନେଶ୍ୱର-ତିରୁପତି ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ୱରରୁ ଓ ବିଶାଖାପାଟନମ୍-ତିରୁପତି ସ୍ପେସାଲ୍ ବିଶାଖାପାଟଣାଠାରୁ ମାର୍ଚ୍ଚ ୬ରେ ବାତିଲ ରହିବ। ତିରୁପତି-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌ ତିରୁପତିରୁ ଓ ଭୁବନେଶ୍ୱର-ତିରୁପତି ସ୍ପେସାଲ୍ ଭୁବନେଶ୍ୱରରୁ ମାର୍ଚ୍ଚ ୭ ତାରିଖ, ତିରୁପତି-ବିଳାସପୁର ସ୍ବତନ୍ତ୍ର ତିରୁପତିରୁ ମାର୍ଚ୍ଚ ୭ ଓ ୧୧, ପୁରୀ-ତିରୁପତି ସ୍ବତନ୍ତ୍ର ଟ୍ରେନ୍‌ ପୁରୀରୁ ମାର୍ଚ୍ଚ ୭ରୁ ୧୪ ମଧ୍ୟରେ, ତିରୁପତି-ଭୁବନେଶ୍ୱର ସ୍ବତନ୍ତ୍ର ତିରୁପତିରୁ ମାର୍ଚ୍ଚ ୮, ବିଶାଖାପାଟନମ୍-ତିରୁପତି ସ୍ବତନ୍ତ୍ର ବିଶାଖାପାଟଣାରୁ ମାର୍ଚ୍ଚ ୮ରୁ ୧୩, ବିଳାସପୁର-ତିରୁପତି ସ୍ବତନ୍ତ୍ର ବିଳାସପୁରରୁ ମାର୍ଚ୍ଚ ୯ ଓ ୧୩ ତାରିଖ ଦିନ ବାତିଲ ରହିବ।

ଅନ୍ୟପକ୍ଷରେ ମାର୍ଚ୍ଚ ୪ରେ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବିଶାଖାପାଟନମ୍-ତିରୁପତି ସ୍ବତନ୍ତ୍ର ଟ୍ରେନ୍‌ ରେନିଗୁଣ୍ଟା ଓ ତିରୁପତି ମଧ୍ୟରେ ଆଶିଂକ ବାତିଲ୍ ରହିବ। ମାର୍ଚ୍ଚ ୭ରେ ନାଗେରକୋଏଲରୁ ଛାଡ଼ିବାକୁ ଥିବା ନାଗେରକୋଏଲ୍-ଶାଲିମର ସ୍ବତନ୍ତ୍ର ଟ୍ରେନ୍‌ ମାର୍ଚ୍ଚ ୮ରେ ଯଶୋବନ୍ତପୁରଠାରୁ ଛାଡ଼ିବାକୁ ଥିବା ଯଶୋବନ୍ତପୁର-ଟାଟା ସ୍ବତନ୍ତ୍ର ଓ ମାର୍ଚ୍ଚ ୧୧ରେ ଯଶୋବନ୍ତପୁରରୁ ଛାଡ଼ିବାକୁ ଥିବା ଯଶୋବନ୍ତପୁର-ହାଟିଆ ସ୍ବତନ୍ତ୍ର ଏହାର ନିର୍ଧାରିତ ମାର୍ଗ କାଟପାଡି-ତିରୁପତି-ରେନିଗୁଣ୍ଟା ମାର୍ଗ ପରିବର୍ତ୍ତେ କାଟପାଡି-ମେଲପାକକାମ-ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ। କଡପ୍ପା-ବିଶାଖାପାଟନମ୍-କଡପ୍ପା ସ୍ବତନ୍ତ୍ର ଟ୍ରେନ୍‌ କଡପ୍ପାଠାରୁ ମାର୍ଚ୍ଚ ୧୧ ଓ ୧୨ ତାରିଖ ଓ ବିଶାଖାପାଟଣା ଷ୍ଟେସନରୁ ମାର୍ଚ୍ଚ ୧୦ ଓ ୧୧ରେ ଯାତ୍ରା ସମୟରେ ତିରୁପତି ଷ୍ଟେସନକୁ ଯିବନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର