ଶନିବାର ୬ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (୨୨ ତାରିଖ) ଦିନ ରାଜ୍ୟରେ ୫ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେ ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ। ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଓ ସେଠାରୁ ଉଡ଼ାନ୍‌ ସେବାର ଶୁଭାରମ୍ଭ କରିବେ। ସେହିପରି ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଝାରସୁଗୁଡ଼ା-ସେରଡ଼େଗା ୫୩.୧ କିଲୋମିଟର ରେଳ ଲାଇନ୍‌ ଓ ଏହାର ଗର୍ଜନବାହାଲ୍‌ ଖଣିକୁ ମଧ୍ୟ ଉଦ୍‌ଘାଟନ କରିବେ। ସେହିପରି ଏନ୍‌ଟିପିସିର ଡୁଲାଙ୍ଗ ଖଣିକୁ ମଧ୍ୟ ଦେଶ ପ୍ରତି ସମର୍ମିତ କରିବେ।

ଆଜି ହୋଟେଲ୍‌ ମେ’ ଫେୟାର୍‌ କନ୍‌ଭେନ୍‌ସନ୍‌ରେ ଏମ୍‌ସିଏଲ୍‌, ଏନ୍‌ଟିପିସି, ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌ ଓ ଭାରତୀୟ ବିମାନବନ୍ଦର କର୍ତୃପକ୍ଷ (ଏଏଆଇ) ତରଫରୁ ଆୟୋଜିତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି।

ଏହି ଅବସରରେ ଏମ୍‌ସିଏଲ୍‌ର ନିର୍ଦେଶକ (ଅପରେସନ) ଜେ ପି ସିଂହ, ନିର୍ଦେଶକ (ଅର୍ଥ) କେ ଆର୍‌ ବାସୁଦେବନ୍‌, ଏନ୍‌ଟିପିସିର ଆଞ୍ଚଳିକ ନିର୍ବାହୀ ନିର୍ଦେଶକ (ପୂର୍ବ-୨) ଏମ୍‌ ପି ସିହ୍ନା, , ତାଳଚେର ଫର୍ଟିଲାଇଜର୍‌ ଲିମିଟେଡ୍‌ର ଅଧ୍ୟକ୍ଷ ୟୁ ଭି ଧତ୍‌ରକ୍‌ ଓ ଏଏଆଇର ସଦସ୍ୟ (ଯୋଜନା) ଏ କେ ପାଠକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର