ପ୍ରେମିକ ସହ ୩ ସନ୍ତାନର ମା’ ଫେରାର, ଜ୍ୱାଇଁକୁ ଦାୟୀ କରି ଥାନାରେ ଶାଶୁ

କଳାବାଡ଼ିଆ: ପ୍ରେମ ପାଇଁ ବିବାହିତା ମହିଳା ଘର ପରିବାର ଛାଡ଼ି ପଳାଇବା ଘଟଣା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ବଢ଼ିଚାଲିଛି। ଗତ ୩ ମାସ ଏହି ଧରଣର ୬ରୁ ଅଧିକ ମାମଲା ଥାନାରେ ପହଞ୍ଚିଛି। ଏଥର ଜଣେ ମହିଳା ନିଜ ୩ ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ସ୍ବାମୀ। ତେବେ ଫେରାର ମହିଳାଙ୍କ ମା’ କିନ୍ତୁ ଏଥିପାଇଁ ଜ୍ବାଇଁକୁ ଦାୟୀ କରିବା ସହ ଝିଅକୁ ଖୋଜି ଆଣିବାକୁ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Worldorgs.com

ସୂଚନା ଅନୁଯାୟୀ; ୧୨ ବର୍ଷ ତଳେ ଦୁଇ ବିଧବା ମହିଳା ନିଜ ଏକମାତ୍ର ପୁଅ-ଝିଅଙ୍କର ବିବାହ କରାଇ ଦେଇଥିଲେ। ପରିବାର ଭଲରେ ଚାଲିଥିବା ବେଳେ ଉଭୟଙ୍କର ୩ଟି ସନ୍ତାନ ହୋଇଥିଲେ। ତେବେ ଅର୍ଥ ରୋଜଗାର ପାଇଁ ସ୍ବାମୀ-ସ୍ତ୍ରୀ କିଛି ମାସ ଆଗରୁ ୩ ଛୁଆଙ୍କୁ ଜେଜେମା’ ପାଖରେ ଛାଡ଼ି ଦାଦନ ଖଟିବାକୁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ କାମ କରିବା ଭିତରେ ଅନ୍ୟ ଜଣେ ଯୁବକ ସହିତ ସ୍ତ୍ରୀର ସମ୍ପର୍କ ଗଢ଼ି ଉଠିଥିଲା ଓ ସେ ଉକ୍ତ ଯୁବକ ସହ କୁଆଡ଼େ ପଳାଇଥିବା ନେଇ ଘରକୁ ଫେରି ଜଣାଇଥିଲେ ସ୍ବାମୀ। ତେବେ ଝିଅ ନିଖୋଜ ହେବା ପଛରେ ଜ୍ବାଇଁର ହାତ ଥିବା କହି ଝିଅକୁ ଖୋଜି ଆଣିବାକୁ ଆଜି ବାଙ୍ଗିରିପୋଷି ଥାନାର ଦ୍ବାରସ୍ଥ ହୋଇଥିଲେ ଶାଶୂ। ହେଲେ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର