ଦୁର୍ଘଟଣାରେ ସାଂସଦ କୁଳମଣି ସାମଲ ଆହତ
ଜଗତସିଂହପୁର ଟାଉନ୍ : ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେ ଏକ ସ୍କୋର୍ପିଓ (ଓଡ଼ି-୨୧-ସି-୦୦୦୨)ରେ ଯାଉଥିବା ବେଳେ ସଅଁରା ନିକଟରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ସାଂସଦଙ୍କ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ‘ଫନି’ ପ୍ରଭାବରେ କ୍ଷତିଗ୍ରସ୍ତ ବିରିଡ଼ି ଅଂଚଳର ବାସିନ୍ଦା ପାରାଦୀପରେ ଥିବା କମ୍ପାନିମାନଙ୍କର ସିଏସ୍ଆର୍ ପାଣ୍ଠିରୁ ସହଯୋଗ କରିବା ପାଇଁ ସାଂସଦଙ୍କ ନିକଟରେ ଦାବି କରିଥିଲେ। ଆଜି ଆଇଓସିଏଲର ଦୁଇ ଜଣ ଅଧିକାରୀ ବିରିଡ଼ି ଅଞ୍ଚଳ ପରିଦର୍ଶନ କରିଥିଲେ। ତେଣୁ ଅଞ୍ଚଳର କ୍ଷୟକ୍ଷତି ପରଖିବା ପାଇଁ ଆଜି ସାଂସଦ ଡାକ୍ତର ସାମଲ ମଧ୍ୟ ନିଜ ବାସଭବନ କୁଜଙ୍ଗରୁ ବିରିଡ଼ି ଅଭିମୁଖେ ଯାଉଥିଲେ। ତେବେ ସଅଁରା ଛକ ନିକଟରେ ଦୁଇ ଜଣ ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍କର୍ପିଓଟି ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିର ଆଗ ପଟ ଭାଙ୍ଗିଯିବା ସହ ସାଂସଦଙ୍କ ମୁଣ୍ଡରେ ଏବଂ ଗାଡ଼ି ଚାଳକଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇବା ପରେ କଟକ ପଠାଇ ଦେଇଥିଲେ। ଡା. ସାମଲ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି।