ନୟାଗଡ଼ ଅନାହାର ମୃତ୍ୟୁ ଅଭିଯୋଗ ପ୍ରସଙ୍ଗ : ତଥ୍ୟ ଅନୁଧ୍ୟାନ ପାଇଁ କଂଗ୍ରେସର ୯ ଜଣିଆ କମିଟି

ଭୁବନେଶ୍ୱର : ତାଲାବନ୍ଦ ସମୟରେ ନୟାଗଡ଼ରେ ଜଣେ ଦଳିତ ମହିଳାଙ୍କ ଅନାହାର ମୃତ୍ୟୁ ଅଭିଯୋଗ ଘଟଣାର ପ୍ରଦେଶ କଂଗ୍ରେସ ସରଜମିନ ତଦନ୍ତ କରିବ। ଏଥିପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ୯ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ଗଠନ କରାଯାଇଛି। ପୂର୍ବତନ ବିଧାୟକ ବିପିନ ଦାଶଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, ରଞ୍ଜିତ ଦାଶ, ଜିନେଶ ଦାସ, ମନୋଜ ସାହୁ, ମନୋଜ ଆଚାର୍ଯ୍ୟ, ଅମିତା ବିଶ୍ବାଳ, ଶୁଭଶ୍ରୀ ପଣ୍ଡା, କମଳ ଲୋଚନ ସାହୁ ପ୍ରମୁଖ ସାମିଲ ଅଛନ୍ତି। ଖୁବଶୀଘ୍ର ଏହି ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଆସନ୍ତା ଏକ ସପ୍ତାହ ଭିତରେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉକି, ତାଲାବନ୍ଦ ସମଗଡ଼ର ନୂଆଗାଁ ବ୍ଲକ୍‌ ଅଧୀନସ୍ଥ ଯାକେଡ଼ା ପଞ୍ଚାୟତ ଅନ୍ତର୍ଗତ କଳାମ୍ବ ଗ୍ରାମର ୪୬ ବର୍ଷୀୟା ଦଳିତ ମହିଳା ଦୁଃଖୀ ଯାନିଙ୍କର ଖାଦ୍ୟାଭାବରୁ ଅନାହାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର