ରାଜ୍ୟ ସରକାରଙ୍କୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ: ହାତୀ କରିଡର ବିଜ୍ଞପ୍ତି ପ୍ରକାଶ କର

ଭୁବନେଶ୍ବର : ରାଜ୍ୟରେ ୩ଟି ହାତୀ ରିଜର୍ଭ ରହିଛି। ସେଥିରେ ୧୪ଟି ହାତୀ କରିଡର ଚିହ୍ନଟ ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ୯ ବର୍ଷ ହେଲା କେବଳ କାଗଜପତ୍ରରେ ସବୁ କିଛି ଚାଲିଛି। ଯାହାକୁ ନେଇ ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ(ଏନ୍‌ଜିଟି) ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟର ୧୪ଟି ହାତୀ କରିଡର ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ୨୦୦୯ରୁ ୧୦୧୨ ପର୍ଯ୍ୟନ୍ତ ରାଜ୍ୟରେ ୧୪ଟି ହାତୀ କରିଡର ପାଇଁ ‌ସର୍ଭେ ହୋଇଥିଲା। ଅଞ୍ଚଳ ଚିହ୍ନଟ ସହ ବିଜ୍ଞପ୍ତି ଜାରି କରିବାକୁ ପିସିସିଏଫ୍‌(ବନ୍ୟପ୍ରାଣୀ) ୨୦୧୨ରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ଯେଉଁଥିପାଇଁ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନେ ଅସୁରକ୍ଷିତ ଭାବେ ଚଳପ୍ରଚଳ କରୁଥିବାରୁ ପ୍ରତିବର୍ଷ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଓଡ଼ିଶାରେ ପାଖାପାଖି ଦୁଇ ହଜାର ହାତୀ ଚଳପ୍ରଚଳ କରିପାରିବାର କ୍ଷମତି ରହିଥିବାରୁ ହାତୀଙ୍କ ବାସସ୍ଥାନ ସୁରକ୍ଷିତ ରଖିବା ସହ ସେମାନଙ୍କ ଚଲାପଥକୁ ସୁରକ୍ଷିତ କରିବାକୁ ପଡ଼ିବ ବୋଲି ଏନ୍‌ଜିଟି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର