ପହିଲି ପଞ୍ଚୁକ ଫିକା ପଡ଼ିଲା, ଭକ୍ତ ବିନା ପୂଜା ପାଇଲେ ଧବଳେଶ୍ଵର

କଟକ: ଫିକା ପଡିଲା ପହିଲି ପଞ୍ଚୁକ ଓ ଭକ୍ତ ବିନା ପୂଜା ପାଇଲେ ଧବଳେଶ୍ଵର। ଆଜି ଧବଳେଶ୍ବରଙ୍କ ପୀଠ ଚଳଚଞ୍ଚଳ ହୋଇବା କଥା କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ କାତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭୋର ୩ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। କେବଳ ପୂଜକ ମାନେ ରୀତିନୀତି କରୁଛନ୍ତି ।

ବିନା ଭକ୍ତ ରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ଅନ୍ୟପଟେ ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିରର ମୁଖ୍ୟଦ୍ବାର ଓ ଝୁଲାପୋଲ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି |

ସମ୍ବନ୍ଧିତ ଖବର