ଆଜିଠାରୁ ଓଜେଇଇ ସିବିଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ‌ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମରେ ନାମ ଲେଖା ଲାଗି ଓଜେଇଇ ପକ୍ଷରୁ ଶନିବାର ଓ ରବିବାର ଦୁଇଦିନ ଧରି କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏମ୍‌ସିଏ, ‌ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା, ଏମ୍‌ ଟେକ୍‌ ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମ ଲାଗି ଜୁନ୍‌ ୮ରେ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ଯାଏ ପ୍ରଥମ ସିଫ୍ଟରେ ୨୬୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଅପରାହ୍‌ଣ ୧ଟାରୁ ୩ଟା ଯାଏଁ ଦ୍ବିତୀୟ ସିଟିଂରେ ୨୫୪୩ ଓ ଅପରାହ୍‌ଣ ୪ଟା ୩୦ରୁ ୬ଟା ୩୦ ଯାଏଁ ହେବାକୁ ଥିବା ତୃତୀୟ ସିଫ୍ଟରେ ୨୮୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ସେହିପରି ମେ’ ୯ରେ ଏମ୍‌ବିଏ ପାଠ୍ୟକ୍ରମ ଲାଗି ପରୀକ୍ଷା ହେବ। ଦୁଇଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ସିଟିଂରେ ୩୪୨୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଅପରାହ୍‌ଣ ୩ଟାରୁ ୫ଟା ଯାଏ ହେବାକୁ ଥିବା ଦ୍ବିତୀୟ ସିଟିଂ ପରୀକ୍ଷାରେ ୫୯୩୪ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ହେବାକୁ ଥିବା ଏହି ପରୀକ୍ଷାରେ ମୋଟ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ପ୍ରବେଶିକା ପରୀକ୍ଷା ମେ’ ୧୩‌ରେ ଅନୁଷ୍ଠିତ ହେବାର ଥିଲା। ତେବେ ବାତ୍ୟା ‘ଫନି’ ଯୋଗୁ ତାହାକୁ ବାତିଲ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର