ଗଛକୁ ଧକ୍କା ଦେଇ ସ୍କୁଟି ଚାଳକ ମୃତ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବାଞ୍ଜିଝାଲ ଗାଁ ନିକଟ ରାସ୍ତାକଡ଼ରେ ଥିବା ଏକ ଗଛରେ ସ୍କୁଟି ପିଟି ହେବାରୁ ଏହାର ଆରୋହୀ ବୀରେନ୍ଦ୍ର ମେହେର (୩୪ବର୍ଷ)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଲୁହାସିଂହା ଗାଁର ବୀରେନ୍ଦ୍ର ସ୍କୁଟି (ଓଡି ୦୩ୟୁ-୯୮୮୧) ଯୋଗେ ଯାଉଥିଲେ।

ବାଞ୍ଜିଝାଲ ଗ୍ରାମର ଛକ ନିକଟକୁ ପହଞ୍ଚିବା ବେଳେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ସକାଳୁ ପାଖ ଲୋକେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଥାନାଧିକାରୀ ଅନନ୍ତ ପଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର