ପୋଖରୀରେ ବୁଡ଼ି ପଞ୍ଚାୟତ ଜଗୁଆଳି ମୃତ

ରିଆମାଳ : ରିଆମାଳ ଥାନା ଗୁଣ୍ଡିଆପାଲି ପଞ୍ଚାୟତର ରାତ୍ର ଜଗୁଆଳି ଯାତ୍ରା ନାୟକ (୫୫)ଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି।

ଯାତ୍ରା ଗୁରୁବାର ଅପରାହ୍‌ଣ ୩ ଟାରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜା ଖୋଜି କରି ନିରାଶ ହୋଇଥିଲେ। ଏ ବାବଦରେ ପରିବାର ଲୋକ ସରପଞ୍ଚ ପ୍ରକାଶ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ। ସେ ଏ ବାବଦରେ ଅଗ୍ନିଶମ ବିଭାଗ ଓ ଥାନାକୁ ଜଣାଇଥିଲେ। ସ୍ଥାନୀୟ ଲୋକ ପୋଖରୀ ଭିତରେ ପଶି ଯାତ୍ରାଙ୍କ ଶବକୁ ପାଇଥିଲେ। ସନ୍ଧ୍ୟା ୬ ଟା ରେ ଶବ ଉଦ୍ଧାର ହୋଇଥିଲା। ରିଆମାଳ ଥାନା ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଯାତ୍ରା ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ପଞ୍ଚାୟତରେ ଜଗୁଆଳ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ବିୟୋଗରେ ସ୍ତ୍ରୀ ସହ ୪ଟି ପୁଅ ଓ ଜଣେ ଝିଅ ଅସହାୟ ହୋଇପଡ଼ିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର