ମାଛ ବୋଝେଇ ପିକ୍‌ଅପ୍‌ ଓଲଟିଲା:ଚାଳକ ଓ ହେଲ୍‌ପର୍ ଗୁରୁତର 

ଦେବଗଡ଼/ବାରକୋଟ: ୪୯ ନମ୍ବର ଜାତୀୟ ରାଜପଥର ବାରକୋଟ ନିକଟରେ ଶୁକ୍ରବାର ଏକ ମାଛ ବୋଝେଇ ପିକ୍‌ଅପ୍‌ ଓଲଟିପଡ଼ିବା ଫଳରେ ତା’ର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଥିବା ଜଣାପନିଛି। ମିଳିଥିବା ସୂଚନାନୁଯାୟୀ ଦେବଗଡ଼ ପଟୁ ପାଲଲହଡା ଅଭିମୁଖେ ମାଛ ବୋଝେଇ ପିକ୍‌ଅପ୍‌ଟି ଯାଉଥିଲା।

ତେବେ ବାରକୋଟ ନିକଟରେ ଗାଡ଼ିର ପଛ ଚକା ଫାଟିଯିବା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ଡିଭାଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏଥିରେ ଚାଳକ ଓ ହେଲପର ଗୁରୁତର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ଥିବା ବହୁ ମାଛ ରାସ୍ତାରେ ପଡ଼ି ନଷ୍ଟ ହୋଇ ଯାଇଥିଲା। ଖବରପାଇ ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର