ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସବ୍‌ ଇନ୍ସପେକ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ : ଭୁବନେଶ୍ବର କୋର୍ଟରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟର ଦିଲ୍ଲୀପ କୁମାର ଦାସଙ୍କୁ ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ମାମଲାରେ କଟକ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଗତ ୧୪ ତାରିଖରେ ଦିଲ୍ଲୀପଙ୍କ ଭୁବନେଶ୍ବରସ୍ଥିତ ଦୁଇ ମହଲା ଘର, ଜଗତସି˚ହପୁର ଓ ଭୁବନେଶ୍ବରରେ ଥିବା ୩ଟି ସମ୍ପର୍କୀୟଙ୍କ ଘର, ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଯାଞ୍ଚ ପରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୭୭ଲକ୍ଷ ୮୩୫୫୬ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ହେଲେ ଏହାଉପରେ ଦିଲ୍ଲୀପ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ତାଙ୍କ ବିରୋଧରେ ମଙ୍ଗଳବାର କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ (ନ˚ ୫୫) ହୋଇଥିଲା। ବୁଧବାର ଦିଲ୍ଲୀପଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର