ଆଜି ଦୁବାଇରୁ ଆସିବେ ୧୭୯ଜଣ, ଦୁବାଇ, କ୍ବାଲାଲାମ୍ପୁର ଓ ଚିକାଗୋରୁ ବି ଆସିବେ ଓଡ଼ିଆ

ଭୁବନେଶ୍ବର : ବିଦେଶ‌େର ଫସି ରହିଥିବା ଓଡ଼ିଆ ମାନଙ୍କୁ ନେଇ ଆସନ୍ତା ସପ୍ତାହକ ମଧ୍ୟ‌ରେ ଦୁଇରୁ ଅଧିକ ବିମାନ ଆସିବ। ତେଣୁ ‌ବିଦେଶ ଫେରନ୍ତାଙ୍କର ଯେପରି କୌଣସି ସମସ୍ୟା ନଉପୁଜିବ ସେଥିପାଇଁ ରାଜ୍ୟ ସରକାର ଏସ୍‌ଓପି ଜାରି କରିଛନ୍ତି।

ଦୁବାଇରେ ଫସି ରହିଥିବା ପ୍ରା‌ୟ ୩୦୦ ଶ୍ରମିକଙ୍କ ମଧ୍ୟରୁ ୧୭୯ଜଣ ଗୁରୁବାର ଓଡ଼ିଶା ଫେରିବେ। ଏୟାର ଇଣ୍ଡିଆରସ୍ବତନ୍ତ୍ର ବିମାନରେ ଏହି ଯାତ୍ରୀମାନେ ଗୁରୁବାର ରାତି ୯ଟା ୧୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏବେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବିମାନବନ୍ଦର ଖୋଲା ରହୁଥିବା ବେଳେ ଆସନ୍ତାକାଲି ଆସିବାକୁ ଥିବା ବିମାନକୁ ନଜରରେ ରଖି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିମାନବନ୍ଦର ଖୋଲା ରହିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଯାତ୍ରୀମାନେ ଓହ୍ଲାଇବା ପରେ ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ ହେବ। ଏହାପରେ ସେମାନଙ୍କ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇବା ସହ ସେମାନଙ୍କୁ ସାମାଜିକ ଦୂରତାରେ ବିମାନ ବନ୍ଦର ବାହାରକୁ ଛଡ଼ାଯିବ। ଇମିଗ୍ରେସନ୍‌ରେ ଯେପରି ସେମାନଙ୍କର କୌଣସି ସମସ୍ୟା ନ ହୁଏ ସେଥିପାଇଁ ସମସ୍ତ ଅଧିକାରୀ ଓ ସିଆଇଏସ୍‌ଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି। ସେହିପରି ଦୁବାଇରେ ଫସି ରହିଥିବା ଆଉ ୧୨୧ଜଣ ୧୯ତାରିଖରେ ଆସିବାର ଥିବାବେଳେ କ୍ବାଲାଲମ୍ପୁରରେ ଥିବା ଓଡ଼ିଆଙ୍କୁ ମେ ୨୦ରେ ଅଣାଯିବ। ଆମେରିକାର ଚିକାଗୋ ସହରରୁ ମଧ୍ୟ କିଛି ପ୍ରବାସୀ ଓଡ଼ିଆ ଆସିବାର ଅଛି। ସେମାନଙ୍କୁ ମେ ୩୦ ତାରିଖରେ ଭାୟା ଦିଲ୍ଲୀ ହୋଇ ଅଣାଯିବ। ଯେଉଁମାନେ ରାଜ୍ୟ ସରକାରଙ୍କ କୋଭିଡ-୧୯ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ଅଣାଯିବ।

ସମ୍ବନ୍ଧିତ ଖବର