୫୨ ଜଣ ଓଇଏସଙ୍କ ପଦୋନ୍ନତି

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ସେବା(ଓଇଏସ)ର ୫୨ଜଣ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗକୁ ପଦୋନ୍ନତି ଦିଆଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ସହ ବିଭିନ୍ନ ବ୍ଲକରେ ବରିଷ୍ଠ ଶିକ୍ଷା ଅଧିକାରୀ, ବିଭାଗ ଅଧୀନ ବିଭିନ୍ନ ନିର୍ଦ୍ଦେଶାଳୟ‌ରେ ସହନିର୍ଦେଶକ କିମ୍ବା ସମାନ ପଦବୀରେ ଅବସ୍ଥାପିତ କରାଯାଇଛି। ବିଦ୍ୟାଳୟ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ପାରଦର୍ଶିତା ଆଣିବା ଲାଗି ରାଜ୍ୟ ସରକାର ଗଣଶିକ୍ଷା ବିଭାଗରେ ସାଙ୍ଗଠନିକ ପୁନର୍ବିନ୍ୟାସ କରିଥିଲେ। ଗତ ମାସରେ ୬୩ ଜଣ ଶିକ୍ଷା ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଓଡ଼ିଶା ଶିକ୍ଷା ସେବା ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି। ସଂଘ ସଭାପତି ପ୍ରଦୀପ କୁମାର ନାୟକ ଓ ସମ୍ପାଦକ ସନାତନ ପଣ୍ଡା ଏକ ପ୍ରେସ ବିବୃତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ ସତ୍ୟବ୍ରତ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର