୨୫ରେ ଓଡ଼ିଶା ଆସିବେ ରାହୁଲ, ଦିଲ୍ଲୀରେ ରାହୁଲ-ନିରଂଜନ ଆେଲାଚନା

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଓ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ସରକାରୀ ବାସଭବନରେ ଦୀର୍ଘ ସମୟ ଧରି େସମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆସନ୍ତା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଗଠନ ଦ୍ବାରା‌ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାହୁଲ୍‌ଙ୍କୁ ଅବଗତ କରିଥିଲେ ପିସିସି ସଭାପତି ଓ ପ୍ରଭାରୀ।

େଫବ୍ରୁଆରିରେ ମଧ୍ୟ ଆଉଥରେ ଆସିବେ କଂଗ୍ରେସ ଅଧ୍ୟକ୍ଷ
ବିେଜଡିର ଚାଷୀ ସମାବେଶକୁ ସମାେଲାଚନା କଲା ପିସିସି

ଆଜିର ସାକ୍ଷାତ ଆଲୋଚନା ପରେ ନିରଂଜନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ମାସ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଦିନିକିଆ କାର୍ଯ୍ୟକ୍ରମରେ ରାହୁଲ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରିବେ। ତେବେ ସାଧାରଣ ସଭା ନେଇ ସ୍ଥାନ ସ୍ଥିର ହୋଇନି। ନିରଂଜନ ଓଡ଼ିଶା ଫେରିବା ପରେ ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରକ ସମ୍ପର୍କିତ ସାଧାରଣ ସଭା ପାଇଁ ସ୍ଥାନ ଚୟନ କରାଯିବ। ୨୫ ଗସ୍ତ ପରେ ଫେବ୍ରୁଆରିରେ ମଧ୍ୟ ରାହୁଲ ଓଡ଼ିଶା ଗସ୍ତ କରିବେ ବୋଲି ନିରଂଜନ ସୂଚନା ଦେଇଛନ୍ତି। ରାହୁଲଙ୍କ ଗସ୍ତ ଦଳକୁ ଫାଇଦା ଦେବା ସହ କର୍ମୀମାନଙ୍କୁ ଉତ୍ସାହିତ କରିବ ବୋଲି ପିସିିସି ସଭାପତି କହିଛନ୍ତି। ତେବେ ଆଜି ଏହି ଆେଲାଚନା ସମୟରେ ଆସନ୍ତା ନିର୍ବାଚନ ଲାଗି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଓ ଟିକେଟ ଆବଣ୍ଟନ େନଇ କୌଣସି ଆଲୋଚନା େହାଇନାହିଁ। ଜାନୁଆ‌ରି ୨୫ ତାରିଖ ପରେ ଏହି ପ୍ରସଙ୍ଗ‌ରେ ଆ‌ଲୋଚନା ହେବ। ଟିକଟ ବଣ୍ଟନରେ ମହିଳା, ଯୁବକ ତଥା ଜିତିବା ଯୋଗ୍ୟ ଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିରଂଜନ ଏଠାରେ କହିଛନ୍ତି। ସେପଟେ ମଙ୍ଗଳବାର ନୂଆଦିଲ୍ଲୀର ତାଲକୋଟରା ଷ୍ଟ‌ାଡିୟମ୍‌‌ରେ ବିଜେଡିର ପ୍ରତିବାଦ ଓ ବିକ୍ଷୋଭ ସଭା ଥିବାବେଳେ ଏ ବାବଦରେ ମଧ୍ୟ ନିରଞ୍ଜନ ନିଜ ମତ ରଖିଛନ୍ତି। କହିଛନ୍ତି, ଦିଲ୍ଲୀରେ ଏଭଳି କାର୍ଯ୍ୟକ୍ରମ ହାସ୍ୟାସ୍ପଦ। ଚାଷୀମାନଙ୍କୁ ବିଜେଡି ବୋନସ୍‌ ଦେଇନି। ନିର୍ବାଚନ ଆସିବାବେଳେ ଚାଷୀଙ୍କ କଥା ମନେ ପଡ଼ୁଛି। ଏହା କେବଳ ଭୋଟ୍‌ ପାଇଁ କରାଯାଉଛି ବୋଲି ସେ କହିଥିଲେ। ଆଜି କଂଗ୍ରେସ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବା ପୂର୍ବରୁ ନିରଜଂନ ଏଆଇସିସି କାର୍ଯ୍ୟାଳୟରେ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରି ଦଳୀୟ ସଂଗଠନ ତଥା ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର