ରାଉରକେଲା-ଗୋଆ ଟ୍ରେନ୍‌ ସେବା: ରାଉରକେଲା ସମେତ ୩୭ ଷ୍ଟେସନରେ ରହଣି

ରାଉରକେଲା: ଦୀର୍ଘ ଦିନ ପରେ ରାଉରକେଲା-ଗୋଆ ମଧ୍ୟରେ ଯାତ୍ରୀଙ୍କୁ ମିଳିଛି ଟ୍ରେନ୍‌ ସେବା। ରେଳବାଇ ପକ୍ଷରୁ ଗତକାଲି ଝାଡ଼ଖଣ୍ଡର ଜସିଡିହିରୁ ଗୋଆର ଭାସ୍କୋ-ଡା-ଗାମା ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ର ଶୁଭାରମ୍ଭ କରାଯାଇଥିଲା। ଗତକାଲି ଅପରାହ୍ନରେ ୧ଟା ୧୫ ମିନିଟ୍‌ରେ ଝାଡ଼ଖଣ୍ଡର ଜସିଡିହି ଷ୍ଟେସନରୁ ଛାଡିଥିବା  ଏହି ସ୍ବତନ୍ତ୍ର ଟ୍ରେନ୍‌ ରାତି ୨ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା।

ଆସନ୍ତକାଲି (ଗୁରୁବାର) ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଗୋଆର ଭାସ୍କୋ-ଡା-ଗାମା ଷ୍ଟେସନରେ ପହଞ୍ଚିବ। ଏହି ‌ସ୍ବତନ୍ତ୍ର ଟ୍ରେନ୍‌ରେ ଦୁଇଟି ଜିଏସ୍‌ଏଲ୍‌ଆର୍‌ଡି, ଦୁଇଟି ସାମାନ୍ୟ, ୫ଟି ସ୍ଲିପର, ତିନିଟି ଏସି ୩ଟାୟର, ଦୁଇଟି ଏସି ୨ଟାୟାର ସହ ମୋଟ ୧୪ଟି କୋଚ୍‌ ରହିଛି। ଟ୍ରେନ୍‌ରେ କେବଳ ସଂରକ୍ଷିତ ଯାତ୍ରୀମାନଙ୍କୁ ହିଁ ଯାତ୍ରା କରିବାର ସୁବିଧା ମିଳିବ। ମୋଟ ୩୭ଟି ଷ୍ଟେସନରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ରହଣିର ବ୍ୟବସ୍ଥା କରାଯାଇଛି। ଟ୍ରେନ୍‌ଟି କେବଳ ଓଡ଼ିଶାର ରାଉରକେଲା ଓ ଝାରସୁଗୁଡା ଦୁଇଟି ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି।

ଝାଡ଼ଖଣ୍ଡ ଜସିଡିହି ପରେ ମଧୁପୁର, ଚିତ୍ତରଞ୍ଜନ, ବରକାର, ଧାନବା୍ଦ, କାଟ୍ରାସଗଡ, ଚନ୍ଦ୍ରରାପୁରା, ବୋକାରୋ ଷ୍ଟିଲ ସିଟି, ମୁରି, ରାଞ୍ଚି , ହାଟିଆ ଷ୍ଟେସନ ପରେ ରାତି ୨ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଝାରସୁଗୁଡା ଦେଇ ଛତିଶଗଡର ବିଳାସପୁର, ରାୟପୁର, ଦୁର୍ଗ, ଗଦିଁଆ, ମୁମ୍ବାଇ ହୋଇ ଶେଷରେ ଗୋଆର ଭାସ୍କୋ-ଡା-ଗାମା ଷ୍ଟେସନରେ ପହଞ୍ଚିବ। ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ, ମହାରାଷ୍ଟ୍ର ଆଦି ରାଜ୍ୟର ବସବାସ କରୁଥିବା ଗୋଆର ପରିବାର ଉପକୃ୍ତ ହେବ। ଏଥିସହ ଗୋଆ ବୁଲି ଯାଉଥିବା ପର୍ଯ୍ୟଟକମାନେ ମଧ୍ୟ ବେଶ ଉପକୃତ ହୋଇପାରିବେ।

ସମ୍ବନ୍ଧିତ ଖବର