ମା’ ତାରିଣୀଙ୍କ ହୁଣ୍ଡିରୁ ୨୧.୭୬ ଲକ୍ଷ ଆୟ

ଘଟଗାଁ : ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଗଣତି ଅନୁଷ୍ଠିତ ହୋଇଛି।  ୮ଟି ହୁଣ୍ଡିରୁ ୨୧ ଲକ୍ଷ ୭୬ ହଜାର ୪୨ ଟଙ୍କା ମିଳିଛି। ଏହାଛଡ଼ା ୭୧ ଗ୍ରାମ ୭୦୦ ମିଲିଗ୍ରାମ ସୁନା, ୧ କେଜି ୨୪୪ ଗ୍ରାମ ୬୫୦ ମିଲିଗ୍ରାମ୍ ରୁପା ମିଳିଛି।

ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ମନ୍ଦିର କର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂ, ଦୟାନିଧି ମହାନ୍ତ, ନିର୍ମଳ ମହାନ୍ତିଙ୍କ ଉପସ୍ଥିତରେ ହୁଣ୍ଡି ଖୋଲା ଯାଇଥିଲା। ମନ୍ଦିର କର୍ମଚାରୀ ଅକ୍ଷୟ କୁମାର ବେହେରା, ଅବନୀ ଜେନା, ମହେଶ୍ୱର ସାହୁ, ମହେଶ୍ୱର ଦେହୁରୀ, ଅରୁଣ କୁମାର ନାୟକ, ଶ୍ରୀକାନ୍ତ ଦେହୁରୀ, ରଞ୍ଜନ ସାହୁ, ତରଣୀସେନ ରାଉତ, ଚନ୍ଦ୍ରା ମୁଖୀ, ନବୀନ ମହାନ୍ତ, ଶରତ ବେହେରା, ହରେକୃଷ୍ଣ ପଳେଇ, ହରିହର ମହାନ୍ତ, ପରମେଶ୍ୱର ବଳ, ଦେବଦତ୍ତ ବଳ, ଘସିପୁରା ଇକୋ ବ୍ୟାଙ୍କର ସହକାରୀ  ଶାଖା ପରିଚାଳକ ନିରଞ୍ଜନ ନାୟକ ଓ ରାକେଶ କୁମାର ବେହେରା ଗଣତି କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର