ରାଜ୍ୟରେ ଶାଖା ସମ୍ପ୍ରସାରଣ କରିବ ‘ସନ୍ତାନ’

ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଘୋଷଣା କଲା କଂପାନି

ଭୁବନେଶ୍ବର : ସନ୍ତାନ ଓଡ଼ିଶାରେ ଏହାର ଶାଖା ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି। ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଘୋଷଣା କରିବା ଅବସରରେ କଂପାନି ପକ୍ଷରୁ କୁହାଯାଇଛି ଯେ ବ୍ରହ୍ମପୁର ଓ ଭୁବନେଶ୍ବର ପରେ ଅନୁଗୁଳ, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସମ୍ପ୍ରସାରଣ କରିବାକୁ ‌ଆମେ ଯୋଜନା ରଖିଛୁ। କଂପାନି ରାଜ୍ୟ ବାହାରେ ବାଙ୍ଗାଲୋର ଓ ତାମିଲନାଡୁର ଅମ୍ବୁରରେ ମଧ୍ୟ ଶାଖା ଖୋଲିଛି। ସନ୍ତାନ ସହିତ ଯୋଡ଼ି ହୋଇଥିବାରୁ ଅନୁ ଖୁସି ପ୍ରକଟ କରିଛନ୍ତି। ଫର୍ଟିଲିଟି କେୟାରରେ ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିତ୍ତିକ ଯତ୍ନକୁ ଜାତୀୟ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର