ଶ୍ରୀମନ୍ଦିର ବାହାରେ ସେବାପୂଜା ବିବାଦ : ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିର ବାହାରେ ମହାପ୍ରଭୁଙ୍କ ସେବ‌ାପୂଜାକୁ ନେଇ ମୁଣ୍ଡ ଟେକିଛି ଏକ ବଡ଼ ବିବାଦ। ପଶ୍ଚିମବଙ୍ଗ ଓ ରାଜ୍ୟର ଅନ୍ୟ ପ୍ରାନ୍ତରରେ ଶ୍ରୀମନ୍ଦିର ପ୍ରାଧିକୃତ ତଥା ସେବା ସହିତ ସଂପୃକ୍ତ ସେବକମାନେ ମନ୍ଦିର ରୀତିନୀତିକୁ ବାହା‌ରେ ପ୍ରଦର୍ଶନ କରିବା ଓ ଶ୍ରୀମନ୍ଦିର ଭଳି ମହାପ୍ରଭୁଙ୍କ ଅବିକଳ ସେବା ପୂଜା କରିବା ସଂପର୍କରେ ଆଜି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ଆଜି ମତ ରଖିଛନ୍ତି। ସମୁଦାୟ ପ୍ରସଙ୍ଗକୁ ଅନୁଧ୍ୟାନ କରିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର