ଅନୁଗୁଳ : ବଅଁରପାଳ ବ୍ଳକ୍ କୁକୁଡାଙ୍ଗ ଗ୍ରାମ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମରେ ଗୁରୁବାର ରାତିରେ ନିଆଁଲାଗି ଗ୍ରାମର ସନ୍ତୋଷ ନାଏକ, ଅବିନାଶ ନାଏକ, ପ୍ରଫୁଲ ନାଏକଙ୍କର ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ୟାସ ଟାଙ୍କି ଫାଟିଯିବାରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ପ୍ରଥମେ ତାଳଚେର ଅଗ୍ନିଶମ କେନ୍ଦ୍ରର ଦମକଳ ଗାଡି ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ କରିପାରି ନ ପାରିବାରୁ ବଅଁରପାଳ ଅଗ୍ନିଶମ କେନ୍ଦ୍ରର ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ। ଉକ୍ତ ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଘରେ ଥିବା କମ୍ପ୍ୟୁଟର, ଟିଭି (୩), ଫ୍ରିଜ୍, ଫ୍ୟାନ (୩) ଓ ଅନ୍ୟାନ୍ୟ ଘର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି।
ଏଥିସହ ପ୍ରଫୁଲ ନାଏକଙ୍କ ଝିଅ ବାହାଘର ପାଇଁ ଘରେ ସାଇତି ରଖିଥିବା ଜିନିଷପତ୍ର ତଥା ଟଙ୍କା, ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳକୁ ବଅଁରପାଳ ଥାନା ଅଧିକାରୀ କନକ ମାଝି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି।