ରାଜ୍ୟରେ ହେବ ୬ଟି ନୂଆ ଥାନା

୯୦୫ ପଦବିକୁ ମଞ୍ଜୁର

ଭୁବନେଶ୍ବର, : ରାଜ୍ୟରେ ୬ଟି ନୂଆ ଥାନା ସୃଷ୍ଟି ହେବ। ୬ଟି ଥାନାକୁ ଭାଗ ଭାଗ କରାଯାଇ ଏହି ନୂଆ ଥାନା କରାଯିବ। ଭାଗ ଭାଗ ହେବାକୁ ଥିବା ଥାନାଗୁଡ଼ିକ ହେଲା ଭୁବନେଶ୍ବରର ଖଣ୍ଡଗିରି ଥାନା, ଭଦ୍ରକର ତିହିଡ଼ି ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା, ଭଞ୍ଜନଗର ଥାନା, ଝାରସୁଗୁଡ଼ା ଥାନା ଓ ଅନୁଗୁଳ ଥାନା। ଏହା ସହ ପୁଲିସ୍‌ ବିଭାଗର ୯୦୫ ନୂଆ ପଦବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏହା ଦ୍ବାରା ଲୋକଙ୍କୁ ପୁଲିସ ଅଧିକ ଦକ୍ଷତାର ସହ ସେବା ଯୋଗାଇବା ସହିତ ଅପରାଧ ନିୟନ୍ତ୍ରଣ ଦିଗରେ ମଧ୍ୟ ସଫଳତାର ସହ ଦାୟିତ୍ବ ନିର୍ବାହ କରିପାରିବ।

ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଓ ବିକାଶ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ତେଣୁ ପରିବର୍ତ୍ତିତ ପରିସ୍ଥିତିରେ ଆବଶ୍ୟକତା ଭିତ୍ତିରେ ପୁଲିସ୍‌ ବିଭାଗର ରାସ୍‌ନାଲାଇଜ୍‌ କରି ଥାନା ଓ ଫାଣ୍ଡିଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିକଟରେ ଏକ ସମୀକ୍ଷା ବୈଠକରେ ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ୯୦୫ ପଦବି ସୃଷ୍ଟି କରାଯାଇଛି। ଏହା ମାଧ୍ୟମରେ ୨୧ଟି ଜିଲ୍ଲାର ୨୨୦ ଥାନା ଓ ୬ଟି ଫାଣ୍ଡିରେ ପୁଲିସ୍‌ କର୍ମଚାରୀ ଆବଶ୍ୟକତା ପୂରଣ କରାଯାଇପାରିବ। ଲୋକଙ୍କୁ ଉତ୍ତମ ପୁଲିସ୍‌ ସେବା ମିଳିବାରେ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର