ପାର୍ବଣ ଋତୁରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌

ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଚାଲିବ ୮ଟି ଟ୍ରେନ୍‌, ଆଜି ଭୁବନେଶ୍ବରରୁ ‌ବେଙ୍ଗାଲୁରୁକୁ ଯିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ।

ନଭେମ୍ବର ୧୬ ପର୍ଯ୍ୟନ୍ତ ସାନ୍ତ୍ରାଗାଚ୍ଛି-ହପା ଏସି ସୁପରଫାଷ୍ଟ ଟ୍ରେନ୍‌(୦୨୮୩୪) ପ୍ରତ୍ୟେକ ଶୁକ୍ରବାର ଚଳାଚଳ କରିବ। ଅକ୍ଟୋବର ୧୫ରୁ ନଭେମ୍ବର ୧୯ ତାରିଖ ଯାଏ ଟ୍ରେନ୍‌ ନମ୍ବର (୦୨୮୩୩) ପ୍ରତ୍ୟେକ ସୋମବାର ହପାରୁ ସାନ୍ତ୍ରାଗାଚ୍ଛି ପର୍ଯ୍ୟନ୍ତ ଚାଲିବ। ସାନ୍ତ୍ରାଗାଚ୍ଛି-ଚେନ୍ନା‌ଇ ସେଣ୍ଟ୍ରାଲ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌(୦୬୦୫୭) ଡିସେମ୍ବର ୨୭ ପର୍ଯ୍ୟନ୍ତ ପ୍ର‌ତ୍ୟେକ ଗୁରୁବାର ଦିନ ଚଳାଚଳ କରିବ। ଚେନ୍ନାଇ ସେଣ୍ଟ୍ରାଲରୁ ଟ୍ରେନ୍‌(୦୬୦୫୮) ଡିସେମ୍ବର ୨୬ ପର୍ଯ୍ୟନ୍ତ ପ୍ର‌େତ୍ୟକ ବୁଧବାର ଯିବ। ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର, ଖୋର୍ଧା ରୋଡ, ବ୍ରହ୍ମପୁର ଷ୍ଟେସନରେ ରହିବ।
ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଟ୍ରେନ୍‌(୦୨୮୪୧) ନଭେମ୍ବର ୧୬ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ସାନ୍ତରାଗାଚ୍ଛିରୁ ବାହାରି ଚେନ୍ନାଇ ସେଣ୍ଟ୍ରାଲରେ ପହଞ୍ଚିବ। ନଭେମ୍ବର ୧୭ ପର୍ଯ୍ୟନ୍ତ ଚେନ୍ନାଇ ସେଣ୍ଟ୍ରାଲରୁ ଟ୍ରେନ୍‌ (୦୨୮୪୨) ପ୍ରତ୍ୟେକ ଶନିବାର ସାନ୍ତ୍ରାଗାଚ୍ଛି ପର୍ଯ୍ୟନ୍ତ ଚଳାଚଳ କରିବ। ଏଥିରେ ୪ଟି ଏସି ୨ ଟାୟାର ବଗି ଥିବା ବେଳେ ୫ଟି ଏସି ୩ ଟାୟାର ଓ ୪ଟି ସ୍ଲିପର ଶ୍ରେଣୀ ବଗି ରହିଛି। ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ,‌ ଭୁବନେଶ୍ବର, ଖୋର୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ୍‌ରେ ଅଟକିବ। ସାଲିମାର-ଜୟପୁର ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌(୦୮୦୬୧) ଅକ୍ଟୋବର ୧୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ଚଳାଚଳ କରିବ। ଜୟପୁରରୁ ସାଲିମାର ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ଟ୍ରେନ୍‌(୦୮୦୬୨) ଚାଲିବ।

ଅନ୍ୟପକ୍ଷରେ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସାନ୍ତ୍ରାଗାଚ୍ଛି-ପୁରୀ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତି ଶନିବାର ସାନ୍ତ୍ରାଗାଚ୍ଛିରୁ ପୁରୀ ପର୍ଯ୍ୟନ୍ତ ଟ୍ରେନ୍‌(୦୮୪୦୪) ଚଳାଚଳ କରିବାକୁ ଥିବା ବେଳେ ପ୍ରତ୍ୟେକ ଶୁକ୍ରବାର ପୁରୀରୁ ସାନ୍ତ୍ରାଗାଚ୍ଛି ପର୍ଯ୍ୟନ୍ତ ଟ୍ରେନ୍‌ (୦୮୪୦୩) ଚାଲିବ। ଏହା ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, କଟକ, ଖୋର୍ଧାରୋଡ୍‌‌େ ଷ୍ଟସନରେ ରହିବ। ସେହିପରି ସାଲିମାର-ପୁରୀ ସାପ୍ତାହିକ ଏସି ସ୍ବତନ୍ତ୍ର ଟ୍ରେନ୍‌(୦୮୦୩୭) ପ୍ରତ୍ୟେକ ଗୁରୁବାର ସାଲିମାରରୁ ବାହାରି ପୁରୀରେ ପହଞ୍ଚିବ। ପ୍ରତ୍ୟେକ ଶୁକ୍ରବାର ଟ୍ରେନ୍‌(୦୮୦୩୮) ପୁରୀରୁ ସାଲିମାର ପର୍ଯ୍ୟନ୍ତ ଚଳାଚଳ କରିବ। ୩ଟି ଏସି ୨ ଟାୟାର, ୮ଟି ଏସି ୩ ଟାୟାର ବିଶିଷ୍ଟ ଏହି ଟ୍ରେନ୍‌ ବାଲେଶ୍ବର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, କଟକ, ଭୁବନେଶ୍ବର, ଖୋର୍ଧା ରୋଡ ଓ ସାକ୍ଷୀଗୋପାଳ ଷ୍ଟେସନରେ ରହିବ।

ହାୱଡା-ରାଞ୍ଚି ତ୍ରି-ସାପ୍ତାହିକ ‌ସ୍ପେଶାଲ ଟ୍ରେନ୍‌(୦୮୬୨୭/ ୦୮୬୨୮) ହାୱଡାରୁ ରାଞ୍ଚି ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର, ସୋମବାର ଓ ମଙ୍ଗଳବାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ଚାଲୁରହିବ। ସାନ୍ତ୍ରାଗାଚ୍ଛି-ପୁଡ଼ୁଚେରୀ ସା‌ପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌(୦୬୦୦୯) ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ସାନ୍ତ୍ରାଗାଚ୍ଛିରୁ ପୁଡ଼ୁଚେରୀକୁ ଯିବ। ଟ୍ରେନ୍‌(୦୬୦୧୦) ପ୍ରତ୍ୟେକ ଶନିବାର ପୁଡୁଚେରୀରୁ ବାହାରି ସାନ୍ତ୍ରାଗାଚ୍ଛି ଯାଏଁ ଚଳାଚଳ କରିବ। ଏହା ବାଲେଶ୍ବର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍‌, ଭୁବନେଶ୍ବର, ଖୋର୍ଧା ରୋଡ, ବ୍ରହ୍ମପୁର ଷ୍ଟେସନ‌େର ଅଟକିବ।

ଅପରପକ୍ଷେ ତିତଲି ପାଇଁ ଭୁବନେଶ୍ବରରୁ ବେଙ୍ଗାଲୁରୁ କ୍ୟାଣ୍ଟ ପର୍ଯ୍ୟନ୍ତ ସୁପରଫାଷ୍ଟ ତତ୍‌କାଳ ସ୍ବତନ୍ତ୍ର ଟ୍ରେନ୍‌ ସୋମବାର ସକାଳ ୭ଟା ୫୦ରେ ଭୁବନେଶ୍ବର ରେଳଷ୍ଟେସନରୁ ଛାଡ଼ିବ। ବ୍ରହ୍ମପୁର, ବଜୟନଗରମ୍‌, ବିଶାଖାପାଟଣା, ବିଜୟୱାଡା, କାଟପାଡ଼ି ଓ ବାଙ୍ଗରାପେଟ ଦେଇ ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ରେ ବେଙ୍ଗାଲୁରୁରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର