ଶ୍ରୀଦେବ ପାଇବେ ଜାତୀୟ କବି ବାଞ୍ଛାନିଧି ପ୍ରଗତିଶୀଳ କବି ସମ୍ମାନ

ବାଲେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମି ଓ ସ୍ମୃତି ପରିଷଦ ମିଳିତ ସହଯୋଗରେ ଆସନ୍ତା ଏପ୍ରିଲ ୨୦ ତାରିଖ ଅପରାହ୍‌ଣ ସାଢ଼େ ୫ଟାରେ ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କ ୧୨୫ତମ ଜୟନ୍ତୀ ପାଳିତ ହେବ। ଏହି ସମାରୋହରେ ପରିଷଦ ତରଫରୁ ବିଶିିଷ୍ଟ କବି ଶ୍ରୀଦେବଙ୍କୁ ୨୦୨୨ ବର୍ଷ ପାଇଁ ପ୍ରଗତିଶୀଳ କବି ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ।

ଏହାସହିତ ୨୦୨୦ ଓ ୨୦୨୧ ବର୍ଷରେ ଏହି ସମ୍ମାନ ପାଇଁ ମନୋନୀତ ହୋଇଥିବା କବି ଚକ୍ରଧର ପଣ୍ଡା ଓ କବି ବସନ୍ତ ମାଝୀ ମଧ୍ୟ ସମ୍ବର୍ଦ୍ଧିତ ହେବେ। କୋଭିଡ୍‌ କଟକଣା ଯୋଗୁ ଏହି କାର୍ଯ୍ୟକ୍ରମ ଉକ୍ତ ଦୁଇବର୍ଷ ହୋଇପାରିନଥିଲା। ଭଦ୍ରକ ସହିଦ ସ୍ମୃତି ଭବନରେ ଏହି କାର୍ଯ୍ୟକ୍ରମ ରଖାଯାଇଥିବା ଜାତୀୟକବି ବାଞ୍ଛାନିଧି ସ୍ମୃତି ପରିଷଦର ସଭାପତି ଡାକ୍ତର ଦୁ‌େର୍ଯ୍ୟାଧନ ଦାସ ଏବଂ ସମ୍ପାଦକ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର