କଂଗ୍ରେସ ନେତା ରମଣୀରଞ୍ଜନଙ୍କ ପରଲୋକ

ରେମୁଣା: ରେମୁଣାର ବରିଷ୍ଠ କଂଗ୍ରେସ ନେତା ତଥା ମନ୍ଦାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରମଣୀ ରଂଜନ ଦାସ(୭୪)ଙ୍କର ଆଜି ପରଲୋକ ହୋଇଯାଇଛି। କିଛିଦିନ ତଳେ ସେ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥି‌ଲେ। ପରେ କଟକ ସ୍ଥାନାନ୍ତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି।

ଅପରାହ୍ନରେ ରେମୁଣା ରୁଦ୍ରପୁର ଗ୍ରାମ ବାସଭବନରେ ତାଙ୍କ ମରଶରୀର ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଏନ୍‌ଏସି ଉପାଧ୍ୟକ୍ଷା‌ ଆଇସନ୍‌ ଖାଁ, ଅଧ୍ୟାପକ ପ୍ରଶାନ୍ତ କୁମାର ବରାଳ, ମନ୍ଦିର ନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରା, ଶିକ୍ଷାବିତ୍‌ ଡ.ନରୋତ୍ତମ ପରିଡ଼ା, ଶତ୍ରୁଘ୍ନ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ଜଳଧର ଦାସ, ସମାଜସେବୀ ଗୌରାଙ୍ଗ ଚରଣ ଦାସ, ନରେନ୍ଦ୍ର ବେହେରା, ନିରଂଜନ ବେହେରା, ତରୁଣ କୁମାର ଦାସ, ମାୟାଧର ମାହାର୍ଣ୍ଣା, ଯୋଗେଶ ମହାନ୍ତି ପ୍ରମୁଖ ଶେ‌ଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ରେମୁଣା ଅଞ୍ଚଳ ପରିକ୍ରମା କରାଯାଇଥିଲା। ଘରବାଡ଼ିରେ ତାଙ୍କର ଶେ‌ଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଏକମାତ୍ର ପୁଅ ସୁବ୍ରତ ଦାସ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର