୪ ଗରିବ ପିଲାଙ୍କୁ ପାଠପଢ଼ା ସହାୟତା ଦେଲେ ଡାକ୍ତର ଦମ୍ପତ୍ତି

ବରଗଡ଼: ବରଗଡ଼ର ଡାକ୍ତର ଦମ୍ପତ୍ତି ଡା. ରାଜେଶ ତ୍ରିପାଠୀ ଏବଂ ଡା. ସୁସ୍ମିତା ତ୍ରିପାଠୀ ହେଲେ ଚିହ୍ନା ଚେହେରା। ଉଭୟେ ଡାକ୍ତରୀ ପେସା ବାଦ୍‌ ଜଣେ ସମାଜସେବୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। କରୋନାରେ ଜିଲ୍ଲାରେ ଗୁଡ଼ାଏ ପ୍ରାଣହାନୀ ଘଟିଛି। ଏହି ସଂଖ୍ୟା ପାଖାପାଖି ଶହେ ପହଂଚିବ ବୋଲି ବେସରକାରୀ ଆକଳନ କହୁଛି। ଗୁଡ଼ାଏ କରୋନା ମୃତ୍ୟୁ ସରକାରୀ ରେକର୍ଡରେ ନାହିଁ। ସଂପୃକ୍ତ ବ୍ୟକ୍ତିଙ୍କ ପରିବାର କୌଣସି ସହାୟତା ପାଇନାହାନ୍ତି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି କରୋନାରେ ଚାଲିଯିବା ପରେ ପିଲାଙ୍କ ପାଠପଢ଼ା ପାଇଁ ସମ୍ବଳ ନାହିଁ। ଏଭଳି ପରିବାରର ୪ଜଣ ଗରିବ ପିଲାଙ୍କୁ ଡାକ୍ତର ଦମ୍ପତ୍ତି ପାଠପଢ଼ା ସହାୟତା ପାଇଁ ହାତ ବଢ଼ାଇଛନ୍ତି। ଏହି କଲେଜ୍‌ ପଢ଼ା ପିଲାମାନେ ବହୁ କଷ୍ଟରେ ନାମ ଲେଖାଇଛନ୍ତି। କିନ୍ତୁ ସେମାନଙ୍କ ଅନୁସଂଗିକ ସୁବିଧା ପାଇଁ ଏହି ଡାକ୍ତର ଦମ୍ପତି ଚିନ୍ତା କରି ହାତ ବଢ଼ାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର