ଭୁବନେଶ୍ୱର : ବଲାଙ୍ଗୀର ଓ ଭଏଁସାପାଲି ମଧ୍ୟରେ ନୂଆ ରେଳ ଲାଇନ୍ ଏବଂ ବଲାଙ୍ଗୀର ଓ ଦେଓଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼ ସେକ୍ସନରେ ଚଳିତ ମାସ ୧୫ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିଛି ଟ୍ରେନ୍କୁ ବାତିଲ ଓ ଆଂଶିକ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରୁ ଛାଡ଼ୁଥିବା ସମ୍ବଲପୁର-କୋରାପୁଟ/ଜୁନାଗଡ଼ ରୋଡ୍ ପାସେଞ୍ଜର୍ ଟ୍ରେନ୍(୫୮୩୦୧/୫୮୩୦୩)କୁ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯିବ। କୋରାପୁଟ/ଜୁନାଗଡ଼ ରୋଡ୍ରୁ ଛାଡ଼ୁଥିବା ଟ୍ରେନ୍ (୫୮୩୦୨/୫୮୩୦୪) କୋରାପୁଟ/ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର୍ ଟ୍ରେନ୍କୁ ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଟ୍ରେନ୍କୁ ଆଂଶିକ ବାତିଲ୍ କରାଯାଇଛି। ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର୍ (୫୮୨୧୪) ଟ୍ରେନ୍ ୧୬ରୁ ୨୫ ତାରିଖ ଯାଏଁ ସମ୍ବଲପୁର ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ପଥରେ ସମ୍ବଲପୁରଠାରୁ ଟିଟିଲାଗଡ଼-ବିଳାସପୁର ପାସେଞ୍ଜର(୫୮୨୧୩) ଟ୍ରେନ୍ ଭାବେ ଚଳାଚଳ କରିବ। ଏହି ଅବଧି ମଧ୍ୟରେ ଟ୍ରେନ୍ଦ୍ୱୟକୁ ଟିଟିଲାଗଡ଼ ଓ ସମ୍ବଲପୁର ମଧ୍ୟରେ ଭଉୟ ଦିଗରୁ ବାତିଲ୍ କରାଯିବ। ସେହିପରି ୨୦ରୁ ୨୫ ତାରିଖ ମଧ୍ୟରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍(୧୨୮୯୩) ସମ୍ବଲପୁର ଷ୍ଟେସନ୍ ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ପଥରେ ସମ୍ବଲପୁରଠାରୁ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ (୧୨୮୯୪) ଭାବେ ଚଳାଚଳ କରିବ। ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ଏହି ଅବଧି ମଧ୍ୟରେ ବାତିଲ୍ କରାଯିବ। ଏ ସଂପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।