ଆଦିମ ଆଦିବାସୀଙ୍କ ନିଆରା ପରମ୍ପରା : ରାଗରୁଷା ଦୂର କରିବା ପାଇଁ ପରସ୍ପର ମଧ୍ୟରେ କରିଥାନ୍ତି ରକ୍ତାକ୍ତ ସଂଘର୍ଷ!

ମାଲକାନାଗିରି : ମାଲକାନାଗିରି ଜିଲ୍ଲାରେ ବସବାସ କରୁଥିବା ଆଦିମ ଆଦିବାସୀଙ୍କ ମଧ୍ୟରେ ଏବେବି ଜାରି ରହିଛି ଏକ ନିଆରା ପରମ୍ପରା। ଏହି ପରମ୍ପରା ଅନୁଯାୟୀ ରାଗ ରୁଷା ଦୂର କରିବା ପାଇଁ ଆଦିବାସୀମାନେ ପରସ୍ପର ମଧ୍ୟରେ କରିଥାନ୍ତି ରକ୍ତାକ୍ତ ସଂଘର୍ଷ । ପରସ୍ପରକୁ ଆଘାତ ଦେଇ ନିଆରା ଝାଟି ପର୍ବ ପାଳନ କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିମ ଦିଦାୟୀ ଜନଜାତିର ଆଦିବାସୀ । ସଲପ ଗଛ ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ପୌଷ ସଂକ୍ରାନ୍ତିରେ ଏହି ଝାଟି ପରବ ସାଙ୍ଗକୁ ଦିଦାୟୀ ସମ୍ପ୍ରଦାୟର ଗାଁ ମୁଖିଆ ବାଛିବାର ପରମ୍ପରା ରହିଛି।

ଦିଦାୟୀ ସମ୍ପ୍ରଦାୟର ନିଆରା ପରମ୍ପରା । ପରସ୍ପରକୁ ଆଘାତ ଦେଇ ଝାଟି ପର୍ବ ପାଳନ କରୁଛନ୍ତି ଆଦିମ ଜନଜାତିର ଲୋକେ । । ସଲପ ଡାଳରେ ଚାବୁକ ଦିଆରି କରିବା ପରେ ଗାଁ ଦାଣ୍ଡ ରେ ଜମେ ରକ୍ତାକ୍ତ ସଂଘର୍ଷର ଆସର । ପରସ୍ପରକୁ ମାଡ ମାରି ରକ୍ତାକ୍ତ କରିଥାନ୍ତି ଏହି ଆଦିମ ଆଦିବାସୀମାନେ । ପରେ ଆଲିଙ୍ଗନ କରି ପୂର୍ବ ଶତ୍ରୁତାକୁ ଦୁର କରିବାର ନିଆରା ପରମ୍ପରା ଆଜି ବି ବଜାୟ ରହିଛି। ପ୍ରତିବର୍ଷ କୁଡୁମୁଲୁଗୁମା ବ୍ଲକ ଓରିଙ୍ଗି ଗାଁରେ ଏଭଳି ଆୟୋଜନ କରିଥାନ୍ତି ଦିଦାୟୀ ସମ୍ପ୍ରଦାୟର ଲୋକେ ।

ଝାଟି ପର୍ବକୁ ସିମ୍ବ ପର୍ବ ମଧ୍ୟ କୁହାଯାଇଥାଏ । କାରଣ ଏହି ଦିନ ସିମ୍ବ ଓ କଖାରୁ ପରି ପନିପରିବାକୁ ପୂଜାର୍ଚ୍ଚନା କରି ଗାଁର ଅଧିଷ୍ଠାତ୍ରୀ ଦେବୀଙ୍କୁ ଭୋଗ ଲାଗି କରାଯାଇଥାଏ । । ଏଥି ସହ ଆଗାମି ବର୍ଷ ପାଇଁ ଗାଁ ମୁଖିଆ ଓ ଚାଲାଣ ମଧ୍ୟ ବାଛା ଯାଏ ।

ମାଲକାନଗିରି ଜିଲ୍ଲାର କେବଳ କୁଡୁମୁଲୁଗୁମା ବ୍ଲକର ପ୍ରାୟ ୨୫ଟି ଗାଁରେ ଆଦିମ ପ୍ରଜାତିର ଆଦିବାସୀମାନେ ବସବାସ କରିଥାନ୍ତି । ଏମାନଙ୍କ ପାଇଁ ଦିଦାୟୀ ଉନ୍ନୟନ ସଂସ୍ଥା ନାମକ ସ୍ୱତନ୍ତ୍ର ସଂସ୍ଥା କାମ କରୁଛି ।

ସମ୍ବନ୍ଧିତ ଖବର