ଭଞ୍ଜନଗର: ଗଞ୍ଜାମ ନୟାଗଡ ସୀମାନ୍ତ ଦଶପଲ୍ଲା ରାସ୍ତାର ଜାଡ଼ଧାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗସ୍ତ ହୋଇଥିବା ପରିବା ବୋଝେଇ ଟ୍ରକର ଚାଳକ ଓ ହେଲପରଙ୍କ ମୃତ୍ୟୁ ମୃତ୍ୟୁ ଘଟିଛି। ମୃତକ ମାନେଡ ହେଲେ ମଧ୍ୟପ୍ରଦେଶର ଦିବାକର ଖଉସେ (୪୦) ଏବଂ ରାଜୁ କୁମୁରେ (୨୨)।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ମଧ୍ୟପ୍ରଦେଶରୁ ପରିବା ଓ ପିଆଜ ବୋଝେଇ କରି ବ୍ରହ୍ମପୁରକୁ ଆସୁଥିଲା। ପ୍ରାୟ ସମୟରେ ଏହି ରାସ୍ତା ଦେଇ ପରିବା ଆସୁଥିବା ବେଳେ ଦୁର୍ଘଟଣାଗସ୍ତ ପରିବା ବୋଝେଇ ଟ୍ରକଟି ନୟାଗଡ ଜିଲ୍ଲା ଦଶପଲ୍ଲା ଆଡୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ତାରସିଂ ଥାନା ଜାଡ଼ଧାର ନିକଟ ଏକ ବୁଲାଣି ରାସ୍ତା ଠାରେ ଏକ ବିରାଟ ଶାଳଗଛ ଦେହରେ ପିଟି ହୋଇଥିଲା। ଫଳରେ ଟ୍ରକର ଚାଳକ ଓ ହେଲପର ସେଠାରେ ଚାପି ହୋଇ ରହିଯାଇଥିଲେ। ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଖବର ପାଇ ତାରାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଇବା ସହ ଜେସିବି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଉଦ୍ଧାର କରି ଜବତ କରିଛି। ଏଥିସହ ମାଲିକ କମଲେଶ ବିର୍ଗଡେଙ୍କ ଏତାଲା ପ୍ରକାରେ କେସ୍ ନମ୍ବର ୩୭୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ଉକ୍ତ ଟ୍ରକଟି ମହାରାଷ୍ଟ୍ରର ହୋଇଥିବା ବେଳେ ମୃତକ ମାନେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲା ସୌରସାର ଗ୍ରାମର ବୋଲି ଜଣାପଡିଛି। ପରିବାର ଲୋକ ପହଞ୍ଚି ପାରି ନଥିବାରୁ ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।