ସଫଳତା ଦିଗରେ ଆଉ ପାଦେ ବଢ଼ିଲା ଭିସୁଟ : ଇଜିପ୍ଟ ଆନ୍ତର୍ଜାତିକ ଫାବ୍‌ ଲାବ୍‌ ସମ୍ମିଳନୀରେ ସାମିଲ

ସମ୍ବଲପୁର : ସଫଳତା ଦିଗରେ ଆଉ ପାଦେ ଆଗେଇଛି ଭିସୁଟ୍‌ (ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ)। ଏହି ସଫଳତା ସହ ବିଶ୍ବର ୧୭୦୦ ଏବଂ ଦେଶର ୭୦ଟି ଫାବ୍‌ ଲାବ୍‌ ମଧ୍ୟରେ ଭିସୁଟ ଆଇଡିଆ ଇନୋଭେସନ ସେଲ୍‌ ସ୍ଥା‌ନିତ ମଧ୍ୟ ହୋଇଛି।

ଚଳିତ ବର୍ଷ ୧୫ଟି ଫାବ୍‌ ଲାବ୍‌ ଥିବା ଇଜିପ୍ଟ ଫାବ୍‌ ୧୫ର ଆୟୋଜକ ରହିଥିଲା। ଜୁଲାଇ ୧୭ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଇଜିପ୍ଟର ଇ ଗଉନା ଓ କାଇରୋରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଭିସୁଟ ଆଇଡିଆ ଇନୋଭେସନ ସେଲର ୨ ଶେଷ ବର୍ଷର ଛାତ୍ର ଅପୂର୍ବ ମାସୁକ୍‌ ଓ ରୋନକ ଅଗ୍ରୱାଲ ବିଶ୍ବବିଦ୍ୟାଳୟ ଓ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏହି ସମୟରେ ଡିଜିଟାଲ ଫେବ୍ରିକେସନ, ବାୟୋ ଫେବ୍ରିକେସନ, ଫୁଡ ପ୍ରିଣ୍ଟିଂ ରୋବୋଟ, ଓରିଗାମି ମାଇକ୍ରୋ‌ସ୍କୋପ୍‌, ଚଳନ୍ତି ଫାବ୍‌ଲ୍ୟାବ୍‌ ଆଦି କର୍ମଶାଳାର ଆୟୋଜନ କରାଯାଇଥିଲା। ଅଗଷ୍ଟ ୧ ତାରିଖରେ ଏହି ସମ୍ମିଳନୀରେ ଅରୂପା ମାସୁକ୍‌ ଭିସୁଟର ରକେଟ ଓ ଉପଗ୍ରହ କାର୍ଯ୍ୟକ୍ରମ ପ୍ରକଳ୍ପ(ଭିଏସ୍‌ଏଲଭି) ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥି‌ଲେ। ଭିସୁଟରୁ ପ୍ରତିନିଧିତ୍ବ କରିଥିବା ଏହି ୨ ଛାତ୍ରଙ୍କୁ ଇଜିପ୍ଟର ବିଭିନ୍ନ ଫାବ୍‌ ଲ୍ୟାବ୍‌ ଓ ଇଜିପ୍ଟର ଜାତୀୟ ସଂଗ୍ରହାଳୟ ବୁଲିବାର ମଧ୍ୟ ସୁଯୋଗ ମିଳିଥିଲା। ଓଏମ୍‌ସି ଓ ଗେଲ ଇଣ୍ଡିଆ ସହାୟତାରେ ୨ ଛାତ୍ର ଇଜିପ୍ଟ ଯାଇ ଆନ୍ତର୍ଜାତିକ ସମ୍ମିଳନୀରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର