ଭିସୁଟ୍‌ ପରୀକ୍ଷା ବିବାଦ, ୧ ତାରିଖ ନୋଟିସ୍‌ ବାତିଲ୍‌ ହେଲା

ସମ୍ବଲପୁର : ପରୀକ୍ଷାକୁ ନେଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌‌)ରେ ଗତ ୧ ତାରିଖରେ ଜାରି ହୋଇଥିବା ନୋଟିସ୍‌କୁ ସୋମବାର ସ୍ଥଗିତ ଘୋଷଣା କରାଯାଇଛି। ୧ ତାରିଖରେ ନୋଟିସ୍‌ରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ୧୮ ତାରିଖ ସୁଦ୍ଧା କ୍ୟାମ୍ପସ୍‌ରେ ପହଞ୍ଚିବା ନେଇ କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିଲେ। ମାତ୍ର ଉକ୍ତ ନୋଟିସ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟ‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଆଧାରରେ ଗତ ୯ ତାରିଖରେ କୁଳପତି ପ୍ର‌ଫେସର ଅଟଳ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ଏକ ବୈଠକ ହୋଇ ଛାତ୍ରଛାତ୍ରୀଙ୍କ ପାଇଁ ୩ ସୂତ୍ରୀ ପ୍ରସ୍ତାବ ପାରିତ ହୋଇଥିଲା। ମାତ୍ର ଯେଉଁ ଛାତ୍ରଛାତ୍ରୀ ୧ ତାରିଖର ନୋଟିସ୍‌କୁ ହିଁ କେବଳ ଦେଖିଥିଲେ ସେମାନେ କାଳେ ୧୮ ତାରିଖରେ ବିଶ୍ବବିଦ୍ୟାଳୟରେ ପହଞ୍ଚିଯିବେ ସେନେଇ ‌କର୍ତ୍ତୃପକ୍ଷ ସୋମବାର ଆଉ ଏକ ନୋଟିସ୍‌ ଜାରି କରି ପରବର୍ତ୍ତୀ ନୋଟିସ୍‌ ଯାଏ ୧ ତାରିଖର ନିର୍ଦେଶକୁ ସ୍ଥଗିତ ଘୋଷଣା କରିଥିବା ମୁଖପାତ୍ର ତଥା ଡିନ୍‌ ପ୍ରଫେସର ପି.ସି. ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର