ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଘଟଣା: ଅଭିଯୋଗ ପରେ ଜଣେ ମହିଳାଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର : ଚାକିରି ଦେବା ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି କରିବାକୁ ଉଦ୍ୟମ ହୋଇଥିଲା। ଏହି ମାମଲାରେ ସମ୍ବଲପୁର ପୁଲିସ ତତ୍ପରତା ପ୍ରକାଶ କରିବା ସହ ସମ୍ବଲପୁରର ଅମୂଲ୍ୟା ବିଶିଙ୍କୁ ରାଜସ୍ଥାନରୁ ଉଦ୍ଧାର କରିଥିଲା। ତେବେ ଅମୂଲ୍ୟା ବିଶି ଏ ନେଇ ବୁଧବାର ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରି ଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ୨ ଜଣ ମହିଳା ତାଙ୍କୁ ଚାକିରି ଦେବାକୁ କହି ରାଜସ୍ଥାନରେ ବିକ୍ରି କରିଦେଇଥିଲେ। ଚାକିରି ପାଇବେ ଭାବି ସେ ସେଠାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଜବରଦସ୍ତ କୋର୍ଟରେ ବିବାହ କରାଇବା ପାଇଁ ପ୍ରୟାସ କରାଯାଇଥିଲା। ତାଙ୍କ ଦସ୍ତଖତ ମଧ୍ୟ ନେଇଯାଇଥିଲେ। ଏହାପରେ ଅମୂଲ୍ୟା ସମ୍ବଲପୁର ପୁଲିସ ସହ ଯୋଗାଯୋଗ କରିବାରୁ ରାଜସ୍ଥାନରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରି ଜଣେ ମହିଳାଙ୍କୁ ଗିରଫ କରିଛି। ଗୁରୁବାର ଅଭିଯୁକ୍ତ ମହିଳା ଜଣକୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ତଦନ୍ତ ଜାରି ରଖିଥିବା କହିଛି।

ସମ୍ବନ୍ଧିତ ଖବର