ସାଙ୍ଗ ସହ ନଦୀରେ ମାଛ ଧରୁଥିଲେ ଯୁବକ, ଟାଣିନେଲା କୁମ୍ଭୀର

ଭଦ୍ରକ/ତିହିଡି: କୁମ୍ଭୀର ଆକ୍ରମଣରେ ଗଲା ଯୁବକଙ୍କ ଜୀବନ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ଅଞ୍ଚଳରେ ଏମିତି ଅଘଟଣ ଦେଖିବାକୁ ମିଳିଛି । ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ଗତକାଲି ରାତିରେ ହୀରାଘାଇ ନିକଟକୁ ନଦୀରେ ମାଛ ଧରିବା ପାଇଁ ଲଗାଇଥିବା ଜାଲ ଉଠାଉଥିଲେ । ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀକୁ ଟାଣି ନେଇଥିଲା ।

ତେବେ ଏ ନେଇ ସ୍ଥାନୀୟ ଲୋକେ ଖବର ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରି ନଦୀରୁ ଏକ କିଲୋମିଟର ଦୂରରେ ଏକ ପଠାରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ ମୃତକ ହେଉଛନ୍ତି ବୁଦ୍ଧିରାମ ମଳିକ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର