ବାଇକ୍‌ ଚାଳକଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଯୁବକ ମୃତ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ଧାନମଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ଚାଉଳମେନ୍ଦି ଗ୍ରାମର ରାଜେଶ ମାଟାମଙ୍କ ପୁଅ ଦେବାଶିଷ ମାଟାମ(୨୨) ନିଜ ମଟର ସାଇକେଲରେ ଯାଉଥିବା ବେଳେ ଅପର ପଟରୁ ଆସୁଥିବା ଟ୍ରକ ସହ ଶକ୍ତ ଧକ୍କା ହୋଇଥିଲା। ମଟର ସାଇକେଲଟି ଟ୍ରକର ତଳେ ପଶିଯାଇଥିଲା।

ଦେବାଶିଷ ଗୁରୁତର ହେବାରୁ ତାଂକୁ ତୁରନ୍ତ ମାଲକାନଗିରି ମେଡିକାଲ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଂକର ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ ଖବର ପାଇ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର