ନୂଆଦିଲ୍ଲୀ: ୟୁଟୁବ୍ରୁ ହିଂସାତ୍ମକ ଓ ଅପମାନଜନକ ଭିଡିଓକୁ ହଟାଇବା ପାଇଁ ୧୦,୦୦୦ରୁ ଅଧିକ କର୍ମଚାରୀ ମୋଡେରେଟର ଭାବେ କାମ କରିବେ ବୋଲି ଗୁଗୁଲ ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ୟୁଟୁବ୍ ସିଇଓ ସୁସାନ୍ ଓ୍ଵଜିକିକିଙ୍କ କହିବାନୁସାରେ, ଏମିତି କିଛି ଉପଭୋକ୍ତା ଅଛନ୍ତି ଯେଉଁମାନେ ଯୁଟୁବ୍କୁ ଭୁଲ ତଥ୍ୟ ଦେବା ଓ ଅପବ୍ୟବହାର କରିବା ସହିତ ଲୋକମାନଙ୍କୁ ହଇରାଣ ହରକତ କରିବା ପାଇଁ ବ୍ୟବହାର କରିଥାଆନ୍ତି। ଏଭଳି ମାମଲା ଉପରେ ଅଙ୍କୁଶ ଲଗାଇବା ପାଇଁ ଗୁଗୁଲର ଏଲଗୋରିଦମ୍ ଟ୍ରେଣ୍ଡ ଏହି ପ୍ରକାର କନ୍ଟେଣ୍ଟ ଉପରେ ନଜର ରଖିବ। ଦରକାର ପଡ଼ିଲେ ତୁରନ୍ତ ସେହି ଭିଡିଓକୁ ୟୁଟୁବ୍ରୁ ମଧ୍ୟ ହଟାଇ ଦେବ। ଜୁନ୍ ପରେ ୟୁଟୁବ କର୍ମଚାରୀ ପାଖାପାଖି ଏଭଳି ୨୦ଲକ୍ଷ ଭିଡିଓକୁ ସମୀକ୍ଷା କରିଥିଲେ।
ଚଳିତବର୍ଷ ମାର୍ଚ୍ଚରେ ବ୍ରିଟେନ୍ ସରକାର ଭିଡିଓ ସେୟାରିଂ ପ୍ଲାଟଫର୍ମରୁ ନିଜର ସମସ୍ତ ବିଜ୍ଞାପନକୁ ହଟାଇ ଦେଇଛନ୍ତି। ଏହାକୁ ଅନୁପଯୁକ୍ତ ସାମଗ୍ରୀ ବୋଲି ଦର୍ଶାଯାଇଥିଲା। ୟୁଟୁବ୍ରୁ ଏଭଳି ୧୫୦,୦୦୦ରୁ ଅଧିକ ଭିଡିଓକୁ ହଟାଇ ଦିଆଯାଇଛି। ବ୍ରିଟେନ୍ ପ୍ରଧାନନ୍ତ୍ରୀ ଥେରେସା ମେ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ବଳିତ ଭିଡିଓ ଅପ୍ଲୋଡ ହେବାର ଦୁଇଘଣ୍ଟା ଭିତରେ ଡିଲିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।