ନୂଆଦିଲ୍ଲୀ: ବିମାନରୁ ମଶା ବାହାରିବା ଇଣ୍ଡିଗୋକୁ ମହଙ୍ଗା ପଡ଼ିଛି। ଗତ ଏପ୍ରିଲ୍ ମାସରେ ଦିଲ୍ଲୀରୁ ଯାଉଥିବା ଇଣ୍ଡିଗୋ ବିମାନରୁ ମଶା ବାହାରିବା ପରେ ସେହି ବିମାନରେ ଯାତ୍ରା କରୁଥିବା ୩ ଜଣ ଓକିଲ ଅଭିଯୋଗ ଆଣିଥିଲେ। ସେମାନଙ୍କ ଅଭିଯୋଗର ଶୁଣାଣି କରି ଅମ୍ରିତସର୍ର ଖାଉଟି ଅଦାଲତରେ ଅଭିଯୋଗ କରିଥିବା ୩ ଜଣ ଯାକ ଯାତ୍ରୀଙ୍କୁ ମୁଣ୍ଡ ପିଛା ୪୦ ହଜାର ଲେଖାଏ ଜରିମାନା ଦେବାକୁ ରାୟ ଶୁଣାଇଛନ୍ତି। ବିମାନ କର୍ତ୍ତୃପକ୍ଷ ସେମାନଙ୍କ ଅଭିଯୋଗ ନଶୁଣିବାରୁ ସେମାନେ ଖାଉଟି ଅଦାଲତରେ ଅଭିଯୋଗ ଆଣିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଇଣ୍ଡିଗୋ ଅଦାଲତରେ ନିଜର ପକ୍ଷ ରଖି ସଫେଇ ଦେଇଛି ଯେ ଏପରି ସବୁ ପିରିସ୍ଥିତି ନଉପୁଜିବା ପାଇଁ ବହୁ ପ୍ରକାରର ସଚେତନତା ଅବଲମ୍ବନ କରାଯାଉଛି। ମାତ୍ର ବିମାନକୁ ପ୍ରବେଶ ସମୟରେ ଯଦି କୌଣସି ମଶା, ମାଛି ବିମାନରେ ପଶିଯାଆନ୍ତି ଏସବୁକୁ ସଂପୂର୍ଣ୍ଣ ଧ୍ୟାନ ଦେବା ଅସମ୍ଭବ। ଇଣ୍ଡିଗୋ ପକ୍ଷରୁ ଦିଆଯାଇଥିବା ସଫେଇରେ ଖାଉଟି ଅଦାଲତ ସନ୍ତୁଷ୍ଟ ନ ହୋଇ ଅଭିଯୋଗ କରିଥିବା ଯାତ୍ରୀମାନଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।
ଅମ୍ରିତସର ଖାଉଟି ଅଦାଲତର ଅନୁପ୍ ଶର୍ମା, ରଚନା ଅରୋରା ଦୁର୍ବଳ ସେବା, ଅବୃତ୍ତଗତ ଆଚରଣ ଓ ଗ୍ରାହକଙ୍କୁ ମାନସିକ ଅଶାନ୍ତି କରିଥିବା ଆଧାରରେ ଇଣ୍ଡେିଗୋ ବିମାନ ବିରୋଧରେ ଏହି ରାୟ ଶୁଣାଇଛନ୍ତି।