ଆରମ୍ଭ ହେଲା ଶ୍ଲୋକା-ଆକାଶଙ୍କ ପ୍ରି-ଓଏଡିଙ୍ଗ ସେଲିବ୍ରେସନ, ମାର୍ଚ୍ଚ ୯ରେ ହେବ ବିବାହ
ମୁମ୍ବାଇ: ଝିଅ ଇଶା ଅମ୍ବାନୀଙ୍କ ବିବାହ ପରେ ଏବେ ଅମ୍ବାନୀ ପରିବାର ପୁଅର ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଓ ଆୟୋଜନ ଆରମ୍ଭ କରି ଦେଇଥିବା ଦେଖା ଯାଇଛି । ବିବାହ ମାର୍ଚ୍ଚ ୯ରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତାଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରି-ଓଏଡିଙ୍ଗ ସେଲିବ୍ରେସନ ଆରମ୍ଭ ହୋଇ ସାରିଛି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋମବାର ଅମ୍ବାନୀ ପରିବାରରେ ମ୍ୟୁଜିକାଲ ନାଇଟ୍ର ଆୟୋଜନ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟୁଜିକାଲ ନାଇଟ୍ରେ ପ୍ରସିଦ୍ଧ ଗର୍ବା କଣ୍ଠଶିଳ୍ପୀ ଫାଲ୍ଗୁନୀ ପାଠକ ଯୋଗ ଦେଇ ନିଜ ଗୀତର ଯାଦୁ ସମସ୍ତଙ୍କ ଉପରେ ଚଳାଇଥିଲେ । ଏହି ଉତ୍ସବରେ ଆକାଶଙ୍କ ଜେଜେ ମା’ କୋକିଲାବେନ୍ ଅମ୍ବାନୀ ଏବଂ ପିଉସୀ ଟିନା ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଆକାଶ ଏବଂ ଶ୍ଲୋକାଙ୍କ ବିବାହର କାର୍ଯ୍ୟକ୍ରମ ଜିଓ ସେଣ୍ଟରରେ ଅନୁଷ୍ଠିତ ହେବ ।