ଓଡ଼ିଶା ବଜାରରେ ଅଶୋକ୍ ଲେଲ୍ୟାଣ୍ଡର ଏଲସିଭି ‘ଦୋସ୍ତ ପ୍ଲସ୍’
ମୂଲ୍ୟ ଟ.୫.୬୧ ଲକ୍ଷରୁ ଆରମ୍ଭ
ଭୁବନେଶ୍ୱର : ଦେଶର ପ୍ରମୁଖ ବାଣିଜ୍ୟିକ ଯାନ ନିର୍ମାତା କମ୍ପାନି ଅଶୋକ ଲେଲ୍ୟାଣ୍ଡ୍ ପକ୍ଷରୁ ଲଘୁ ବାଣିଜ୍ୟିକ ଯାନ (ଏଲ୍ସିଭି) ‘ଦୋସ୍ତ ପ୍ଲସ୍’କୁ ଓଡ଼ିଶା ବଜାରରେ ଲଞ୍ଚ୍ କରାଯାଇଛି । ପୂର୍ବରୁ ‘ଦୋସ୍ତ’ ମଡେଲ ଜରିଆରେ ଲଘୁ ବାଣିଜ୍ୟିକ ଯାନ କ୍ଷେତ୍ରରେ ପ୍ରବେଶ କରିଥିବା ଅଶୋକ ଲେଲ୍ୟାଣ୍ଡ ‘ଦୋସ୍ତ ପ୍ଲସ୍‘ର ଉନ୍ମୋଚନ ସହିତ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି । ଦୋସ୍ତପ୍ଲସ୍ ର ପାୱାର ଷ୍ଟିୟରିଂ ଭର୍ସନ୍ର ମୂଲ୍ୟ ୫.୬୧ ଲକ୍ଷ ଟଙ୍କା (ଭୁବନେଶ୍ୱରର ଏକ୍ସ ସୋ’ରୁମ୍ ମୂଲ୍ୟ)ରୁ ଆରମ୍ଭ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ବଜାରରେ ଦୋସ୍ତ ସିରିଜର ଦୁଇଟି ମଡେଲ ଦୋସ୍ତ ଏବଂ ଦୋସ୍ତ ପ୍ଲସ୍ ଉଭୟ ଉପଲବ୍ଧ ରହିବ ଯାହା ଅଶୋକ ଲେଲ୍ୟାଣ୍ଡ୍କୁ ଏଲ୍ସିଭି କ୍ଷେତ୍ର ବଡ଼ ଭାଗ ହାସଲ କରିବାରେ ସହାୟକ ହେବ। ଏହି କ୍ଷେତ୍ର ଅର୍ଥନୀତିର ଅଭିବୃଦ୍ଧି, ହବ୍ ଓ ସ୍ପୋକ୍ ପରିବହନ ମଡେଲ୍ ଉପରେ ଗୁରୁତ୍ୱ, ଜିଏସ୍ଟି କାର୍ଯ୍ୟକାରିତା ଏବଂ ସଂଗଠିତ ଖୁଚୁରା, ଇକମର୍ସ ଏବଂ ତତ୍ ସଂକ୍ରାନ୍ତୀୟ ଶିଳ୍ପର ଅଭିବୃଦ୍ଧି ଅନୁସାରେ ଆଗକୁ ବଢ଼ିବ।
ଦୋସ୍ତ ପ୍ଲସ୍ରେ ରହିଛି ୧.୫ ଟିଡିସିଆର୍ ଇଂଜିନ ଯାହା ୬୦ ଏଚ୍ପିର ଶକ୍ତି ଏବଂ ୧୭୦ ଏନ୍ଏମ୍ ଟର୍କ ପ୍ରଦାନ କରିବ ଓ ଶ୍ରେଷ୍ଠ ଟର୍ଣ୍ଣ ଆରାଉଣ୍ଡ୍ ସମୟ ଏବଂ ଭଲ ପିକ୍ଅପ୍ ନିଶ୍ଚିତ କରିବ। ସୁପରିଅର ଭାର ବୋଝେଇ କ୍ଷମତା ସହିତ ଏହା ଶ୍ରେଷ୍ଠ ଶ୍ରେଣୀର ମାଇଲେଜ୍ ପ୍ରଦାନ କରିବ ।
‘କମ୍ପାନି ପୂର୍ବରୁ ପ୍ରାୟ ୧.୭ ଲକ୍ଷରୁ ଅଧିକ ଦୋସ୍ତ ଗାଡ଼ି ବିକ୍ରି କରିଥିଲା । ଦୋସ୍ତପ୍ଲସ୍ ଏହାର ସୁପରିୟର ମାଇଲେଜ୍, ଉତ୍କୃଷ୍ଟ ପିକ୍ଅପ୍, ୧୮% ଅଧିକ ପେଲୋଡ୍, ୭% ଅଧିକ ଲୋଡିଂ ସ୍ଥାନ ଓ ବଡ଼, ୧୫ ଇଞ୍ଚ୍ ଟାୟାର ପ୍ରତିଟି ଟ୍ରିପ୍ରେ ଅଧିକ ମୂଲ୍ୟ ଯୋଗ କରି ଉଚ୍ଚ ଆୟ ନିଶ୍ଚିତ କରିବ।” କହିଛନ୍ତି ନୀତିନ ସେଠ୍, ସଭାପତି-ଲଘୁ ବାଣିଜ୍ୟିକ ଯାନ, ଅଶୋକ ଲେଲ୍ୟାଣ୍ଡ୍ ।