ଶସ୍ତା ଫୋନ୍ ଲଞ୍ଚ୍ କରିବାକୁ ଲାଭା ଓ ମାଇକ୍ରୋମ୍ୟାକ୍ସ୍ ସହ ବିଏସ୍ଏନ୍ଏଲ୍ର ଚୁକ୍ତି
ନୂଆଦିଲ୍ଲୀ: ଅଫର୍ ସହ ସ୍ୱଳ୍ପ ମୂଲ୍ୟରେ ହ୍ୟାଣ୍ଡ୍ସେଟ୍ ଯୋଗାଇ ଦେବାକୁ ରାଷ୍ଟ୍ରାୟାତ ଟେଲିକମ୍ ଅପରେଟର୍ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଘରୋଇ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଏବଂ ମାଇକ୍ରୋମ୍ୟାକ୍ସ ସହ ଚୁକ୍ତି ସ୍ୱାକ୍ଷର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ୱଳ୍ପ ମୂଲ୍ୟରେ ବିଏସ୍ଏନ୍ଏଲ୍ ଗ୍ରାହକମାନଙ୍କୁ ହ୍ୟାଣ୍ଡ୍ସେଟ୍ ଯୋଗାଇ ଦେବାକୁ ବିଏସ୍ଏନ୍ଏଲ୍ ମାଇକ୍ରୋମ୍ୟାକ୍ସ୍ ଏବଂ ଲାଭା ସହ ଚୁକ୍ତି ସ୍ୱାକ୍ଷର କରିଛି। ଅନେକ ଅଫର୍ ସହ ବିଏସ୍ଏନ୍ଏଲ୍ ସିମ୍ ଥିବା ମାଇକ୍ରୋମ୍ୟାକ୍ସ ଏବଂ ଲାଭା ତିଆରି ହ୍ୟାଣ୍ଡ୍ସେଟ୍ ଲଞ୍ଚ୍ କରୁଛୁ। ଏହର ଦରଦାମ ସଂକ୍ରାନ୍ତରେ ଏବେ ହିସାବପତ୍ର ଚାଲିଛି ବୋଲି ବିଏସ୍ଏନ୍ଏଲ୍ର ହାଇଦ୍ରାବାଦ ଟେଲିକମ୍ ଡିଷ୍ଟ୍ରିକ୍ଟ୍ର ପ୍ରିନ୍ସିପାଲ୍ ଜେନେରାଲ୍ ମ୍ୟାନେଜର୍ କେ ରାମଚାନ୍ଦ ସାମ୍ବାଦିକମାନଙ୍କୁ କହିଛନ୍ତି।
ହାଇଦ୍ରାବାଦ ଟେଲିକମ୍ ଡିଷ୍ଟ୍ରିକ୍ଟ୍ର ଛଅଟି ଗ୍ରାମୀଣ ଏକ୍ସଚେଞ୍ଜ୍ରେ ଓ୍ଵାଇ-ଫାଇ ପ୍ରଚଳନ କରାଯାଇଛି। ଏ ବର୍ଷ ଡିସେମ୍ବର ସୁଦ୍ଧା ଆଉ ୧୧୨ଟି ଗ୍ରାମୀଣ ଏକ୍ସଚେଞ୍ଜ୍ରେ ଓ୍ଵାଇ-ଫାଇ ପ୍ରଚଳନ କରାଯିବ।
ନିକଟ ଅତୀତରେ ପ୍ରଚଳନ କରାଯାଇଥିବା ବିଏସ୍ଏନ୍ଏଲ୍ର ସଦ୍ୟତମ ‘ପ୍ଲାନ୍୪୨୯’ ପ୍ରିପେଡ୍ ମୋବାଇଲ୍ ସର୍ଭିସ୍ ପାଇଁ ଦୈନିକ ଅସୀମିତ ଭଏସ୍ ଏବଂ ୧ ଜିବି ଡାଟା ୯୦ ଦିନ ସକାଶ ଯୋଗାଇ ଦେଇଛନ୍ତି। ଏହା ଲଞ୍ଚ୍ ହେବା ଦିନ ଠାରୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସର୍କଲ୍ରେ ସାଢ଼େ ତିନି ଲକ୍ଷରୁ ଊର୍ଦ୍ଧ୍ୱ ସଂଯୋଗ କରାଯାଇଛି ବୋଲି ରାମଚାନ୍ଦ କହିଛନ୍ତି।
ମୋବାଇଲ୍ ନମ୍ବର ସହ ଆଧାର ସଂଯୋଗ କରିବା ସମ୍ପର୍କରେ ବିଏସ୍ଏନ୍ଏଲ୍ ଅଧିକାରୀ କହନ୍ତି ଯେ ଏ ପର୍ଯ୍ୟନ୍ତ ଏଚ୍ଟିଡିରେ ୬୮୦୦୦ ସଂଯୋଗ ହୋଇ ପାରିଛି।
ଏଠାରେ ଉଲ୍ଲେଖନୀୟ ଯେ ଆପ୍ ସବ୍ସ୍କ୍ରିପ୍ସନ୍ ଏବଂ ଫ୍ରି’ ଭଏସ୍ କଲ୍ ଆଦି ବହୁ ଅଫର୍ ସହ ରିଲାଏନ୍ସ୍ ଜିଓ ‘ଜିଓଫୋନ୍’ ନାମରେ ସ୍ମାର୍ଟ ଫିଚର୍ ଫୋନ୍ ବିକ୍ରୟ କରୁଛି। ଗ୍ରାହକମାନେ ୧, ୫୦୦ ଟଙ୍କା ଦେଇ ରିଲାଏନ୍ସ୍ ଜିଓ ଫୋନ୍ କିଣି ପାରିବେ। ପ୍ରତିଦ୍ୱନ୍ଦ୍ୱୀ ଟେଲିକମ୍ ଏୟାର୍ଟେଲ୍ ମଧ୍ୟ ୨, ୫୦୦ ଟଙ୍କାରୁ କମ୍ ମୂଲ୍ୟରେ ସ୍ମାର୍ଟ ଫୋନ୍ ଲଞ୍ଚ୍ କରିବାକୁ ଯୋଜନା କରୁଛି।