ଧନତେରସ୍‌ ପ୍ରଭାବ: ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଧନତେରସ୍‌ର ଅବସରରେ ମଙ୍ଗଳବାର ଗହଣା ପ୍ରେମୀ ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ହିନ୍ଦୁ ଧର୍ମର ବିଶ୍ୱାସ ରହିଛି ଯେ, ଧନତେରସ୍‌ ଦିନ ଘରକୁ ଅଳଙ୍କାର କିଣି ଆଣିଲେ ଲକ୍ଷ୍ମୀ ବିରାଜମାନ କରିଥାଆନ୍ତି। ଆଧ୍ୟାତ୍ମିକ ଭାବନା ବ୍ୟତୀତ ଆର୍ଥିକ ଦୃଷ୍ଟିରୁ ଦେଖିବାକୁ ଗଲେ। ଏହି ଦିନରେ ଅଳଙ୍କାର କିଣିଲେ ବର୍ଷର ଅନ୍ୟଦିନ ତୁଳନାରେ ଶସ୍ତା ମିଳିଥାଏ। ବ୍ୟବସାୟୀମାନେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରତିଯୋଗିତା ମୂଳକ ମନୋଭାବ ନେଇ ସେମାନଙ୍କର ବ୍ୟବସାୟ ସ୍ଥଳରେ ରିହାତି ବ୍ୟବସ୍ଥା କରିଥାଆନ୍ତି। ଅଳଙ୍କାର ତିଆରି ଉପରେ ପ୍ରାୟ ୧୦ରୁ ୨୫ପ୍ରତିଶତ ପର୍ଯ୍ୟନ୍ତ ରିହାତି ସୁବିଧା ଥାଏ।

ସୁନା ଦର୧୫୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଦିଲ୍ଲୀ ଅଳଙ୍କାର ବଜାରରେ ପ୍ରତି ଦଶ ଗ୍ରାମ ସୁନା ମୂଲ୍ୟ ୩୦,୭୦୦ ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ୧୦୦ଟଙ୍କା କମ୍‌ ହୋଇଛି। ନୂଆଦିଲ୍ଲୀ ଅଳଙ୍କାର ବଜାରରେ ସୋମବାର ରୁପା କିଲୋ ପ୍ରତି ୪୧,୦୦୦ଟଙ୍କା ଥିଲା।

ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ପ୍ରତି ୧୦ଗ୍ରାମ ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ୩୦,୮୫୦ଟଙ୍କା ଓ ୯୯.୫ ପ୍ରତିଶତ ସୁନା ମୂଲ୍ୟ ୩୦,୭୦୦ ଟଙ୍କା ରହିଛି। ଚେନ୍ନାଇରେ ୨୨କ୍ୟାରେଟ ସୁନାର ୧୦ଗ୍ରାମ ପ୍ରତି ୨୮,୫୦୦ ଟଙ୍କା ଓ ରୁପା ୪୩,୫୦୦ଟଙ୍କା । କଲିକତାରେ ୨୪କ୍ୟାରେଟ ୧୦ଗ୍ରାମ ସୁନା ମୂଲ୍ୟ ୩୦,୩୫୦ ଟଙ୍କା ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୨୮,୮୦୦ ରହିଛି। ସେହିପରି କଲିକତାରେ ପ୍ରତି କିଲୋଗ୍ରାମ ପିଛା ରୁପର ମୂଲ୍ୟ ୪୦,୫୦୦ଟଙ୍କା ରହିଛି।

ମୁମ୍ବାଇରେ ୧୦ଗ୍ରାମ ପ୍ରତି ୯୯.୯ ପ୍ରତିଶତ ସୁଦ୍ଧ ସୁନା ମୂଲ୍ୟ ୩୦,୦୦୦ଟଙ୍କା, ୯୯.୫ ପ୍ରତିଶତ ସୁଦ୍ଧ ସୁନା ମୂଲ୍ୟ ୨୯,୮୬୦ ରହିଛି। ରୁପା ୪୦,୧୧୦ ପ୍ରତି କିଲେଗ୍ରାମ। ବେଙ୍ଗାଲୁରୁରେ ପ୍ରତି ୧୦ଗ୍ରାମ ୯୯.୫ ପ୍ରତିଶତ ସୁଦ୍ଧ ସୁନାର ମୂଲ୍ୟ ୩୦,୦୦୬ଟଙ୍କା, ୨୨କ୍ୟାରେଟ ସୁନା ମୂଲ୍ୟ ୨୮,୦୫୦ ରହିଛି। ସେହିପରି ରୁପା ପ୍ରତି କିଲୋ ପିଛା ୪୦,୪୦୦ଟଙ୍କା ରହିଛି।

ସମ୍ବନ୍ଧିତ ଖବର