ଭୁବନେଶ୍ୱରରେ ପେଟ୍ରେଲ ଦର ତଳକୁ ଖସିଲା ଡିଜେଲ ଦର

ନୂଆଦିଲ୍ଲୀ : ବିଗତ କିଛି ମାସ ଧରି ଭୁବନେଶ୍ୱରରେ ଡିଜେଲ ଦର ପେଟ୍ରୋଲ ତୁଳନାରେ ଅଧିକ ରହିଆସିଥିଲା । କିନ୍ତୁ ଏବେ ଡିଜେଲ ଦର ପେଟ୍ରୋଲ ଠାରୁ କମିଯାଇଛି । ଗତ କାଲି ପେଟ୍ରୋଲ ଦର ଅପରିବର୍ତ୍ତିତ ଥିବାବେଳେ ଡିଜେଲ ଦର ଲିଟର ପିଛା ୭-୯ ପଇସା ହ୍ରାସ ପାଇଥିଲା । ଏହା ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଟ.୬୯.୨୦ରେ ବିକ୍ରି ହେଉଥିବାବେଳେ ପେଟ୍ରୋଲ ଦର ଲିଟର ପିଛା ଟ.୬୯.୨୮ରେ ବିକ୍ରି ହେଉଛି । ଗତ ଗୁରବାର ଦିନ ପେଟ୍ରୋଲ ଦର ୧୧ରୁ ୧୩ ପଇସା ବୃଦ୍ଧି ପାଇଥିଲା । ବିଗତ ୨ ମାସ ପରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦରରେ ଏହି ବୃଦ୍ଧି ହୋଇଥିଲା ।

କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ ତେଲ କମ୍ପାନିମାନେ ସେହି ଅନୁପାତରେ ଦର କମାଉ ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୬.୭୬ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୫.୬୦ ଡଲାରକୁ ହ୍ରାସ ପାଇଛି । ଦିଲ୍ଲୀରେ ଏବେ ପେଟ୍ରୋଲ ଦର ଟ.୭୬.୭୧ ଓ ଡିଜେଲ ଦର ଲିଟର ପିଛା ଟ.୭୧.୫୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।

ସମ୍ବନ୍ଧିତ ଖବର