ଫେସ୍‌ବୁକ୍‌ ଦେଲା ଚେତାବନୀ, ଦ୍ୱିତୀୟଥର ହୋଇପାରେ ବ୍ୟବହାରକାରୀଙ୍କ ଡାଟା ଲିକ୍‌ !

ନୂଆଦିଲ୍ଲୀ: ଫେସବୁକ୍‌ ଗୁରୁବାର ଆମେରିକା ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିସନ୍‌ଙ୍କୁ ଏକ ରିପୋର୍ଟ ଦାଖଲ କରିଛନ୍ତି। ଯେଉଁଥିରେ ଭବିଷ୍ୟତରେ ଡାଟା ଲିକ୍‌ ଭଳି ଘଟଣାକୁ ନେଇ ବ୍ୟବହାରକାରୀଙ୍କୁ ଜାଗୃତ ରହିବାକୁ ପଡ଼ିବ ବୋଲି ସୂଚ।ଇ ଦେଇଛନ୍ତି। ଏଭଳି ମାମଲା କମ୍ପାନିର ପ୍ରତିଷ୍ଠାନ ଉପରେ ଆଞ୍ଚ ଆସିପାରେ ବୋଲି କହିଛନ୍ତି। କମ୍ପାନି ରିପୋର୍ଟ ଲେଖିଲା ବେଳେ କ୍ୟାମ୍ବ୍ରିଜ ଏନାଲିଟିକାର ନାମ ନେଇ ନାହିଁ।

ଫେସ୍‌ବୁକ୍‌ ରିପୋର୍ଟରେ ଉଲ୍ଲେଖ କରିଛି କି, ବ୍ୟବହାରକାରୀଙ୍କ ଡାଟାକୁ ସୁରକ୍ଷା କରିବା ପାଇଁ କମ୍ପାନି ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି। ଏଥିସହିତ କନ୍‌ଟେଣ୍ଟ ରିଭ୍ୟୁକୁ ନେଇ ବି ଖର୍ଚ୍ଚ ମଧ୍ୟ କରୁଛି। ଯାହା ଜରିଆରେ ଡାଟା ଯଦି ଭୁଲ ଦିଗରେ ବ୍ୟବହାର ହେବ ତାହାକୁ ରୋକି ପାରିବ। ଫେସବୁକ୍‌ ବ୍ୟବହାରକାରୀଙ୍କୁ ସୂଚିତ କରି କହିଛି. ଏଭଳି ମାମଲା ଭବିଷ୍ୟତରେ ଆସିପାରେ। ଯେଉଁଥିରେ କମ୍ପାନି ପଲିସି ବିରୋଧରେ ଡାଟାର ଭୁଲ ବ୍ୟବହାର, ଅନଇଚ୍ଛା ବିଜ୍ଞାପନ ଓ ଭୁଲ ସୂଚନାର ପ୍ରଘଟ କରାଯାଇପାରେ। ଏଭଳି ହେବା ଦ୍ୱାରା ବ୍ୟବହାରକାରୀଙ୍କ ଫେସବୁକ୍‌ ଉପରୁ ବିଶ୍ୱାସ ଭାଙ୍ଗିଯିବ। ଯାହାର ସିଧାସଳଖ ପ୍ରଭାବ କମ୍ପାନି ଇମେଜ ଉପରେ ପଡ଼ିବ।

ସମ୍ବନ୍ଧିତ ଖବର