ଚାକିରି ବିଜ୍ଞପ୍ତି ପ୍ରକାଶ କଲା ଇଣ୍ଡିଆନ ଅଏଲ, ଏଣିକି ୧୦ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀମାନେ ବି ମାସକୁ ୧୫ହଜାର ରୋଜଗାର କରିପାରିବେ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ପକ୍ଷରୁ ୩୪୪ ଟ୍ରେଡ ଆଟେଣ୍ଡାଣ୍ଟ ଏବଂ ଟେକନିସିଆନ ଆଟେଣ୍ଡାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଏହି ପଦଗୁଡିକ ପାଇଁ ଆବେଦନ କରିପାରିବେ । ତେବେ ଏହି ପଦବୀ ସହିତ ଜଡ଼ିତ ନିମ୍ନଲିଖିତ ସୂଚନା ଉପରେ ଧ୍ୟାନ ଦିଅନ୍ତୁ।

ପଦବୀ ନାମ – ଟ୍ରେଡ ଆଟେଣ୍ଡାଣ୍ଟ ଏବଂ ଟେକନିସିଆନ ଆଟେଣ୍ଡାଣ୍ଟ

ପଦବୀ ସଂଖ୍ୟା – ୩୪୪

ଯୋଗ୍ୟତା – କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ମ ପାସ୍‌, ଆଇଟିଆଇ ଡିପ୍ଲୋମା ଏବଂ ଗ୍ରାଜୁଏସନ କରିଥିବା ଆବଶ୍ୟକ ।

ବୟସ ସୀମା – ଆଶାୟୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ଲିଖିତ ପରୀକ୍ଷା ଏବଂ ଇଂଟରଭିୟୁ ଜରିଆରେ କରାଯିବ ।

ଆବେଦନ କରିବାର ଅନ୍ତିମ ତାରିଖ -୨୦୧୮ ସେପ୍ଟେଟର ୨୧
ଦରମା – ୧୦,୫୦୦ ରୁ ୨୪,୫୦୦

ଆବେଦନ ଶୁଳ୍କ – ଆଶାୟୀମାନେ ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ ।

ଆବେଦନ ପ୍ରକ୍ରିୟା – ପଦ ପାଇଁ ଇଚ୍ଛୁକ ଥିବା ଆଶାୟୀମାନେ ଅଫିସିଆଲ ୱେବସାଇଟ www.iocl.com ରେ ଲଗ ଇନ କରି ଆବେଦନ କରିପାରିବେ ।

ସମ୍ବନ୍ଧିତ ଖବର